ଆନନ୍ଦପୁର : କରୋନା ମହାମାରୀକୁ ରୋକିବା ପାଇଁ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଲକ୍ଡାଉନ୍ର ତୃତୀୟ ଦିନରେ ଆଜି ଆନନ୍ଦପୁର ଉପଖଣ୍ଡର ଗାଁଠାରୁ ସହର ସବୁଆଡ଼େ ତାଲାବନ୍ଦ ରହିଛି। ଏଭଳି ସ୍ଥିତିରେ ଆନନ୍ଦପୁରର ଦୁଗ୍ଧ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶାଳପଡ଼ାରେ ଥିବା ଓମଫେଡ୍ ଡାଏରିରେ ଆଜି ଦୁଗ୍ଧ ସଂଗ୍ରହ ବନ୍ଦ ଥିବାରୁ ଚାଷୀମାନେ ହତାଶ ହୋଇଛନ୍ତି। ଶାଳପଡ଼ା ଡାଏରିରେ ଆନନ୍ଦପୁର, ଘସିପୁରା, ହାଟଡିହି ବ୍ଲକ୍ର ଚାଷୀଙ୍କଠାରୁ ସୋସାଇଟି ମାଧ୍ୟମରେ ପ୍ରତିଦିନ ୮ରୁ ୯ ହଜାର ଲିଟର ଦୁଗ୍ଧ ସଂଗ୍ରହ ହୋଇଥାଏ। ଏଠାରୁ ଦହି, ପନିର, ରାବିଡ଼ି, ଲସି, ଘିଅ ପ୍ରସ୍ତୁତ କରାଯାଇ ବଜାରକୁ ପଠାଯାଇଥାଏ। ତେବେ ଲକ୍ଡାଉନ୍ ପ୍ରଭାବରେ ବଜାର ବନ୍ଦ ରହିଛି। ଚା, ଜଳଖିଆ ଦୋକାନ ସମ୍ପୂର୍ଣ୍ଣ ବନ୍ଦ। ଫଳରେ ତିନିଦିନ ହେଲା ଓମଫେଡ୍ ସାମଗ୍ରୀ ବିକ୍ରି ହେଉନଥିବାରୁ ଡାଏରିରେ ବହୁ ପରିମାଣର ସାମଗ୍ରୀ ମହଜୁଦ୍ ରହିଛି। କ୍ଷମତାଠାରୁ ଅଧିକ ସାମଗ୍ରୀ ମହଜୁଦ୍ ଥିବାରୁ ଏହାର ପ୍ରଭାବ ସିଧାସଳଖ ଦୁଗ୍ଧଚାଷୀଙ୍କ ଉପରେ ପଡ଼ିଛି। ଆଜି ଦୁଗ୍ଧ ସଂଗ୍ରହ ବନ୍ଦ ହୋଇଥିବାରୁ ଚାଷୀମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେହିପରି ଲକ୍ଡାଉନ୍ ଯୋଗୁଁ ଲୋକେ ବଜାରରେ ମଧ୍ୟ କ୍ଷୀର ବିକ୍ରି କରିପାରୁନଥିବା କହିଛନ୍ତି।
ଓମଫେଡ୍ର ଦୁଗ୍ଧ ସଂଗ୍ରହ ବନ୍ଦ, ଚାଷୀ ହତାଶ
/sambad/media/post_attachments/wp-content/uploads/2021/05/WhatsApp-Image-2021-05-07-at-21.46.29.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)