କେନ୍ଦ୍ରାପଡ଼ାରେ ଓମିକ୍ରନ୍‌, ଡାକ୍ତରଙ୍କ ସମେତ ତିନି ଆକ୍ରାନ୍ତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଓମିକ୍ରନ୍‌ ପ୍ରଜାତି କରୋନା ସ˚କ୍ରମିତ ଚିହ୍ନଟ ହୋଇଛି। ପ୍ରଥମକରି ଜିଲ୍ଳାରେ ତିନି ଜଣ ଓମିକ୍ରନ୍‌ ପ୍ରଜାତି ସ˚କ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଉଦ୍‌ବେଗର ବିଷୟ ହେଉଛି ସ˚କ୍ରମିତଙ୍କ ମଧୢରେ କେନ୍ଦ୍ରାପଡ଼ା ଟାଉନ୍‌ ଅ˚ଚଳର ଜଣେ ସରକାରୀ ଡାକ୍ତର ଅଛନ୍ତି। ଅନ୍ୟ ଦୁଇ ଜଣ ଆଳି ଓ ପାଟକୁରା ଅ˚ଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କୁ ଘରେ ସ˚ଗରୋଧ ରହିବାକୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ବି ସେମାନଙ୍କ ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନାନୁଯାୟୀ, ଆଜି ସମୁଦାୟ ୨୪ଜଣଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିଛି। ସେମାନଙ୍କ ମଧୢରୁ ତିନି ଓମିକ୍ରନ୍‌ ସଂକ୍ରମିତ ବୋଲି ଜଣାପଡ଼ିଛି। ଆଳି ଅ˚ଚଳର ଚିହ୍ନଟ ହୋଇଥିବା ସ˚କ୍ରମିତ ବ୍ୟକ୍ତି ଜଣଙ୍କ ନିକଟରେ ଦୁବାଇ ଆବୁଧାବିରୁ ଆସିଥିଲେ। ଘରେ ପହଞ୍ଚିବା ପରେ ଥଣ୍ତା ଓ ଜ୍ବରରେ ପୀଡ଼ିତ ଥିଲେ। ସେହିପରି ପାଟକୁରା ଅ˚ଚଳର ସ˚କ୍ରମିତ ଯୁବକ ବାହାର ବୁଲାବୁଲି କରୁଥିବା ବେଳେ କରୋନା ସ˚ସ୍ପର୍ଶରେ ଆସିଛନ୍ତି।

ଅନ୍ୟପକ୍ଷରେ ଡାକ୍ତର ନିକଟରେ ବାହାର ରାଜ୍ୟକୁ ବୁଲାବୁଲି କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଶାରିରୀକ ଅସୁସ୍ଥତା ଅନୁଭବ କରିଥିଲେ। ତିନି ସ˚କ୍ରମିତ ଓମିକ୍ରନ୍‌ ପ୍ରଜାତିର ବୋଲି ରିପୋର୍ଟ ଆସିବା ପରେ ସେମାନଙ୍କ ଘରେ ସ˚ଗରୋଧରେ ରହିବାକୁ କୁହାଯାଇଛି। ସମସ୍ତେ ସୁସ୍ଥ ଥିବା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ତୃତୀୟ ଲହର ମୁକାବିଲା ପାଇଁ ସରକାର ପ୍ରତି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ୍‌ ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଏହି ନିର୍ଦେଶ ପାଇବା ପରେ ଛତାସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ପୁନଃ ଚାଲୁ କରିବା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଇ ସପ୍ତାହରେ ସମ୍ଭବତଃ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର