ଓଡ଼ିଶାରେ ଚିହ୍ନଟ ହୋଇନି ଓମିକ୍ରନ ଭୂତାଣୁ; ତୃତୀୟ ଲହର ଭୟ, କଡ଼ାକଡ଼ି ହେବ କଟକଣା

ଖୋର୍ଦ୍ଧା: କରୋନା ଭୂତାଣୁ ଏବେ ପୁଣି ଏକ ନୂଆ ରୂପ ଧରିଛି । ଏହି ଓମିକ୍ରନ୍ ରୂପ ପାଇଁ ତୃତୀୟ ଲହର ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ସତର୍କତା ଜାରି କରାଯାଇଛି । ଆଜି ଏନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ ମେସେଜ ଜରିଆରେ ସର୍ବସାଧାରଣଙ୍କୁ ସତର୍କତା ସହ କୋଭିଡ୍ କଟକଣା ପାଳନ କରିବାକୁ ଅନୁରୋଧ କରିଛନ୍ତି ।

ଏନେଇ ଆଜି ଜିଲ୍ଲାପାଳ କହିଛନ୍ତି ଯେ ଓମିକ୍ରୋନ୍ ଭେରିଆଂଟ୍ ଯୋଗୁଁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ଏଣୁ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଆଦି ନିୟମକୁ କଡ଼ାକଡ଼ି ପାଳନ କରାଯିବ । ସର୍ବସାଧାରଣରେ ଏହା ଉଲ୍ଲଂଘନ କଲେ ଜୋରିମାନା ଆଦି ଆଦାୟ କରାଯିବ । ଦୋକାନବଜାରରେ, ପୁଲିସ, ତହସିଲ ଓ ବ୍ଲକ ମିଳିତ ଟିମ୍ ନିୟମିତ ଯାଂଚ କରି ସାମାଜିକ ଦୂରତ୍ୱ ଓ ସାନିଟାଇଜ୍ ଆଦି ନିଶ୍ଚିତ କରିବେ । ସେହିଭଳି ସହରଗୁଡ଼ିକରେ ବିଶେଷତଃ ଖୋର୍ଦ୍ଧା, ଜଟଣୀ, ବାଲୁଗାଁ ଓ ବାଣପୁର ରାତି ୧୦ଟାରୁ ଭୋର ୫ଟା ଯାଏଁ ଦୋକାନ ବନ୍ଦ ରଖିବେ । ୧୦ଟା ପରେ ବାହାରେ ବୁଲିବା ଉପରେ କଟକଣା ଜାରି କରାଯାଇଛି, ଏହାକୁ ନିଶ୍ଚିତ କରିବାକୁ ରାତ୍ରୀ କାଳୀନ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ । ଏଥିପାଇଁ ବ୍ଲକ, ତହସିଲ, ପୁଲିସ ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି ଓ କୋଭିଡ୍ କଟକଣା ପାଳନରେ ସହଯୋଗ କରି ତୃତୀୟ ଲହରର ପ୍ରଭାବକୁ କମାଇବାକୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର