କ୍ରାଇମବ୍ରାଞ୍ଚ ଚଢାଉ, ଜଣେ ଗିରଫ

ଅନ୍‌ଲାଇନ୍‌ରେ ଅର୍ଥ ଲୁଟ ଘଟଣା

ମହାକାଳପଡ଼ା: ବିଭିନ୍ନ ଜମାକାରୀଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରି ଲକ୍ଷଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ଜଣେ ଯୁବକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ା ପଞ୍ଚାୟତର ଓଳିିହା ଗ୍ରାମରେ। ଏଠାରେ ଚଢାଉ କରି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାଙ୍କୁ ଉଠାଇ ନେଇଛନ୍ତି।
ଆଜି ସଂଧ୍ୟା ପ୍ରାୟ ସାଢେ ୫ଟାରେ କଟକ କ୍ରାଇମବ୍ରାଞ୍ଚ ବିଭାଗ ସାଇବର ସେଲ ଓ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ଵାଡଙ୍କ ସମେତ ସ୍ଥାନୀୟ ପୁଲିସ ପକ୍ଷରୁ ଓଳିହା ଗ୍ରାମରେ ଚଢାଉ କରାଯାଇଥିଲା । ଚଢାଉ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ। ଗିରଫ ଯୁବକ ଜଣଙ୍କ ସାଇବର ଅପରାଧରେ ସଂପୃକ୍ତ ଥିବା ଜଣାପଡ଼ିଛି। ଅନଲାଇନ୍‌ରେ ବିଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଜମା ଟଙ୍କା ସଂପର୍କରେ ତଥ୍ୟ ହାସଲ କରିବାକୁ ସମର୍ଥ ହେବା ସହିତ ଜମାକାରୀଙ୍କ ଆଇଡି ଓ ପାସୱାର୍ଡ ହ୍ୟାକ୍‌ କରି ମୋଟା ଅଙ୍କର ଅର୍ଥ ଲୁଟ କରିପାରୁଥିଲେ । ଏମିତି କରି ସେ ପ୍ରାୟ ୫୬ ଲକ୍ଷ ଟଙ୍କା ଲୁଟି ନେଇଥିବା କୁହାଯାଉଛି। ଚଢାଉ ବେଳେ ଉକ୍ତ ଯୁବକଙ୍କ ଲାପଟପ୍‌ ସମେତ ମୋବାଇଲ ଫୋନ୍‌ ଜବତ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର