ବିପଦ: ରେଳ ଲାଇନ ଅତିକ୍ରମ କରି ବିଦ୍ୟାଳୟକୁ ଯାଉଛନ୍ତି ଶତାଧିକ ଛାତ୍ରଛାତ୍ରୀ

ନୂଆପଡ଼ା: ଖରିଆଡ ରୋଡ଼ ସହରରେ ଦୈନିକ ଶତାଧିକ ଛାତ୍ରଛାତ୍ରୀ ରେଳ ଲାଇନ ଅତିକ୍ରମ କରି ବିଦ୍ୟାଳୟକୁ ଯାଉଛନ୍ତି। ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସହରବାସୀ ବହୁ ଦିନରୁ ଦାବି କରି ଆସୁଥିବଲେ ମଧ୍ୟ ରେଳ କର୍ତ୍ତୃପକ୍ଷ ଏଥି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି।

ସହରର ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ପ୍ରତିଦିନ ଏହି ରେଳ ଲାଇନ ଦେଇ ଅତିକ୍ରମ କରି ଯିବା ଆସିବା କରିଥାନ୍ତି। ଏହି କୁନିକୁନି ଛାତ୍ରଛାତ୍ରୀମାନଙ୍କ ସହ ଜନସାଧରଣ ମଧ୍ୟ ଏହି ବିପଦ ସଂକୁଳ ବାଟ ଦେଇ ଯିବା ଆସିବା କରିଥାନ୍ତି। ହେଲେ ଦୀର୍ଘ ରେଳ ବିଭାଗକୁ ଲିଖିତ ଭାବରେ ଏକ ଓଭର ବ୍ରିଜ ପାଇଁ ଦାବି କରିଥିଲେ ମଧ୍ୟ୍ୟ ଏହା ହୋଇପାରୁ ନାହିଁ। ରେଲବାଇ ଲୋକଙ୍କର ଦାବିକୁ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଟିଟିଲାଗଡ଼ରୁ ରାୟପୁର ଯାଇଥିବା ରେଳ ଲାଇନ ଖରିଆର ରୋଡ ସହରକୁ ୨ ଭାଗରେ ବିଭକ୍ତ କରିଛି। ଏହି ସହରଟି ବିଜ୍ଞାପିତ ଅଞ୍ଚଳ ହୋଇଥିବା ବେଳେ ମୁଖ୍ୟ ସହର ଏବଂ ମୁଖ୍ୟ ବଜାର ଓ ସରକାରୀ ଅଫିସ ଏବଂ ବିଦ୍ୟାଳୟ ତଥା ଚିକିତ୍ସାଲୟ ଗୁଡିକ ମୁଖ୍ୟ ସହର ଭିତରେ ଆଡ଼କୁ ରହିଛ। ଯେଉଁ ସାତ ଗୋଟି ୱାର୍ଡ ରହିଅଛି, ସବୁଥିରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଅଛି। ମୁଖ୍ୟ ସହରକୁ ଯିବାକୁ ହେଲେ ବାମ ପଟ ଦେଇ ଯିବାକୁ ପଡ଼ିଥାଏ। ମାତ୍ର ଏହି ରାସ୍ତାରେ ୨ କିମି ଗଲେ ରେଳ ଲାଇନର ଅଣ୍ଡର ବ୍ରିଜ ତଳେ ଯିବାକୁ ପଡେ, ଯାହାକି ସହରର ମଇଲା ପାଣି ଆସି ଜମା ହେଉଥିବା ବେଳେ ବେଶି ଦୁର୍ଗନ୍ଧ ହେବା ସହ ଯିବା ଆସିବା ପାଇଁ ଅସୁବିଧା ହୋଇଥାଏ।

ଆଉ ଡାହାଣ ପଟେ ଗଲେ ୧ କିମି ଯିବାକୁ ପଡେ କିନ୍ତୁ ଦେଶୀ ମଦ ଭାଟି ରାସ୍ତାରେ ଥିବା ବେଳେ ମଦ୍ୟପାନ କରି ଲୋକେ ରାସ୍ତାରେ ପଡିଥାନ୍ତି। ତେଣୁ ମହିଳା ଓ ଛାତ୍ରଛାତ୍ରୀ ଏହି ରାସ୍ତାର ବ୍ୟବହାର କରିବା ଅସୁବିଧା ହେଉଛି ବୋଲି ଅଭିଯୋଗ କରିଥାନ୍ତି।

ଏମିତିକି ଅନେକ ଥର ଏହି ରାସ୍ତାରେ ରେଳ ଦୁର୍ଘଟଣାରେ ଜୀବନ ଯାଇଥିଲେ ମଧ୍ୟ୍ୟ ପିଏଚଡ଼ିପଡା, ଧୋବିପଡା, ମସଜିଦପଡା, ଖୋପେତରା, ପଠାନପଡା, ଡୁମେରଡ଼ିହି ଓ ମଙ୍ଗରାପାଲିର ଲୋକେ ଯିବା ଆସିବା କରିଥାନ୍ତି। ୭ଟି ୱାର୍ଡରେ ଅଙ୍ଗନବାଡ଼ି କେନ୍ଦ୍ର ଥିବା ସହ ଏଥିରେ ଏକ ରୁ ପଞ୍ଚମ ଯାଏ ବିଦ୍ୟାଳୟ ରହିଥିବା ସହ ଷଷ୍ଠ ଶ୍ରେଣୀ ରୁ କଲେଜ ପର୍ଯ୍ୟନ୍ତ ଦୈନନ୍ଦିନ ବଜାର ହାଟ ଏହି ରାସ୍ତା ଦେଇ ସହରକୁ ଯିବାକୁ ପଡିଥାଏ।

ସମ୍ବନ୍ଧିତ ଖବର