ରାଉରକେଲା: ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲ୍ଲା ରେ ନାମାଙ୍କନ ଦାଖଲର ୪ର୍ଥ ଦିନରେ ବିଧାନ ସଭା ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଆଜି ସୁନ୍ଦରଗଡ ଲୋକସଭା ଆସନ ପାଇଁ ଇଣ୍ଡିୟନ ନେସନାଲ କଂଗ୍ରେସ ଦଳ ପକ୍ଷରୁ ଜର୍ନାଦ୍ଦନ ଦେହୁରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ରିଟର୍ଣିଂ ଅଧିକାରୀ ତଥା ଜିଲ୍ଲାପାଳ ସୁନ୍ଦରଗଡ ପରାଗ ହର୍ଷଦ ଗାଭାଲୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ସେହିପରି ତଲସରା ବିଧାନ ସଭା ଆସନ ପାଇଁ ଇଣ୍ଡିୟନ ନେସନାଲ କଂଗ୍ରେସ ଦଳର ଦେବେନ୍ଦ୍ର ଭିତିରିଆ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବଣାଇଁ ବିଧାନ ସଭା ଆସନ ପାଇଁ ନିର୍ଦ୍ଦଳୀୟ ପ୍ରାର୍ଥୀ ଗୋପିନାଥ କିସାନ ଏବଂ ଆମ ଆଦମୀ ପାର୍ଟୀ ର ପ୍ରାର୍ଥୀ କୁନୀ ମୁଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ଏହା ଵ୍ୟତିତ ସୁନ୍ଦରଗଡ ବିଧାନସଭା ଆସନ ପାଇଁ ଇଣ୍ଡିୟନ ନେସନାଲ କଂଗ୍ରେସ ଦଳ ର ସୁଧାରାଣୀ ରାଉଦିଆ ଓ ସିପିଆଇର ରାଜେନ୍ଦ୍ର ନାୟକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ରୋହିତ ଯୋସେଫ ତିର୍କୀ ଓ ରାଉରକେଲା ବିଧାନ ସଭା ଆସନ ପାଇଁ ସାରଦା ପ୍ରସାଦ ନାୟକ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଶ୍ବନାଥ ଲାକ୍ରା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।
ଏହିପରି ରାଜଗାଗଂପୁର ବିଧାନ ସଭା ଆସନ ପାଇଁ ଆଜି ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଇଣ୍ଡିୟନ ନେସନାଲ କଂଗ୍ରେସ ପକ୍ଷରୁ ସିଏସ ରାଜିନ ଏକ୍କା ଓ ଅନିଲ ବରୁଆ ବିଜେଡି ଦଳରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।