୪ର୍ଥ ଦିନରେ ବିଧାନସଭା ପାଇଁ ୧୦ ଓ ଲୋକସଭା ପାଇଁ ଜଣେ ପ୍ରାର୍ଥୀ  ଦାଖଲ କଲେ ପ୍ରାର୍ଥୀପତ୍ର 

ରାଉରକେଲା: ସାଧାରଣ ନିର୍ବାଚନ ୨୦୨୪  ନିମନ୍ତେ  ସୁନ୍ଦରଗଡ ଜିଲ୍ଲା ରେ ନାମାଙ୍କନ ଦାଖଲର ୪ର୍ଥ ଦିନରେ  ବିଧାନ ସଭା  ଆସନ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ  କରିଥିବା ବେଳେ ଲୋକସଭା ଆସନ ପାଇଁ  ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆଜି ସୁନ୍ଦରଗଡ ଲୋକସଭା ଆସନ ପାଇଁ  ଇଣ୍ଡିୟନ  ନେସନାଲ କଂଗ୍ରେସ ଦଳ ପକ୍ଷରୁ ଜର୍ନାଦ୍ଦନ ଦେହୁରୀ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ  ରିଟର୍ଣିଂ ଅଧିକାରୀ ତଥା ଜିଲ୍ଲାପାଳ ସୁନ୍ଦରଗଡ  ପରାଗ ହର୍ଷଦ ଗାଭାଲୀଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ସେହିପରି  ତଲସରା ବିଧାନ ସଭା ଆସନ ପାଇଁ  ଇଣ୍ଡିୟନ  ନେସନାଲ କଂଗ୍ରେସ ଦଳର ଦେବେନ୍ଦ୍ର ଭିତିରିଆ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବଣାଇଁ  ବିଧାନ ସଭା ଆସନ ପାଇଁ ନିର୍ଦ୍ଦଳୀୟ ପ୍ରାର୍ଥୀ ଗୋପିନାଥ କିସାନ ଏବଂ ଆମ ଆଦମୀ ପାର୍ଟୀ ର ପ୍ରାର୍ଥୀ କୁନୀ ମୁଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ଏହା ଵ୍ୟତିତ ସୁନ୍ଦରଗଡ ବିଧାନସଭା ଆସନ ପାଇଁ  ଇଣ୍ଡିୟନ  ନେସନାଲ କଂଗ୍ରେସ ଦଳ ର  ସୁଧାରାଣୀ ରାଉଦିଆ  ଓ ସିପିଆଇର ରାଜେନ୍ଦ୍ର ନାୟକ  ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ରୋହିତ ଯୋସେଫ ତିର୍କୀ ଓ ରାଉରକେଲା ବିଧାନ ସଭା ଆସନ ପାଇଁ ସାରଦା ପ୍ରସାଦ ନାୟକ  ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଶ୍ବନାଥ ଲାକ୍ରା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି ।
ଏହିପରି ରାଜଗାଗଂପୁର ବିଧାନ ସଭା ଆସନ ପାଇଁ  ଆଜି ୨ ଜଣ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।  ଇଣ୍ଡିୟନ  ନେସନାଲ କଂଗ୍ରେସ ପକ୍ଷରୁ ସିଏସ ରାଜିନ ଏକ୍କା ଓ ଅନିଲ ବରୁଆ ବିଜେଡି ଦଳରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସମ୍ବନ୍ଧିତ ଖବର