୫ମ ଦିନରେ ଖୋର୍ଦ୍ଧା ଜିଲ୍ଲା ଅମଲା ସଂଘର ଆନ୍ଦୋଳନ

ଖୋର୍ଦ୍ଧା: ମିଳିତ ଅମଲା ମଂଚର ଡାକରାରେ ଖୋର୍ଦ୍ଧା ଶାଖା ପକ୍ଷରୁ ଖୋର୍ଦ୍ଧା ସଦରମହକୁମାରେ ଚାଲିଥିବା ବିଭିନ୍ନ କାର୍ଯ୍ୟାଳୟର ଅମଲାଙ୍କ ଆନେ୍ଦାଳନ ଆଜି ୫ମ ଦିନରେ ପହଂଚିଛି । ଆଜି ସକାଳେ ବିଭିନ୍ନ କାର୍ଯ୍ୟାାଳୟର ଅମଲାମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖସ୍ଥ ପୂର୍ତ ବିଭାଗ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ହାତରେ ପ୍ଲାକାର୍ଡ, ବ୍ୟାନର ଆଦି ଧରି ଧାରଣାରେ ବସିଥିଲେ । ଆନେ୍ଦାଳନ ସମ୍ପର୍କରେ ଜିଲ୍ଲା ମଂଚର ଅଧ୍ୟକ୍ଷ ଅଶୋକ ପଣ୍ଡା କହିଛନ୍ତି ଯେ ରବିବାର ଦିନ ପୂର୍ବାହ୍ଣରେ ମୁଖ୍ୟ ଶାସନ ସଚିବ ଓ ଅପରାହ୍ଣରେ ମନ୍ତ୍ରିସ୍ତରୀୟ କମିଟି ସହ ଆଲୋଚନା ବିଫଳ ହୋଇଥିଲା ।

୪ ତାରିଖରେ ୩୦ଟି ଜିଲ୍ଲାରୁ ୨୦୦ ପ୍ରତିନିଧି ଭୁବନେଶ୍ୱରରେ ଯୋଗ ଦେଇ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ଦାବି ପୂରଣ ହେବା ଯାଏଁ ଏଭଳି ସାମୂହିକ ଛୁଟି ଅବ୍ୟାହତ ରହିବ ବୋଲି ଶ୍ରୀ ପଣ୍ଡା କହିବା ସହ ଖୋର୍ଦ୍ଧା ଉପଖଣ୍ଡର ୧୫୦ଜଣ ଅମଲା ଓ ଜିଲ୍ଲାର ୧୪ଶହ ଅମଲା ଏହି ସମୂହ ଛୁଟିରେ ଅଛନ୍ତି । ଆସନ୍ତା କାଲି ଓକିଲ ସଂଘ ସମର୍ଥନ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର