କୋରାପୁଟ: ନାର୍ଯ୍ୟ ଦାବି ପାଇଁ ଆଜି କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ସମସ୍ତ ୩୫ ବିଭାଗର ଆନ୍ଦୋଳନ ଆଜି ତୃତୀୟଦିନରେ ପହଞ୍ଚିଛି।ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବାହାନାଗା ଟ୍ରେନ୍ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ରକ୍ତଦାନ କରି ୨୩ଟି ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି। ଗତଦିନ ପରି ଆଜି ମଧ୍ୟ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅମଲା ମାନେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ। ସେମାନଙ୍କ ଏକମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ କରିବା ନିମନ୍ତେ ଦିର୍ଘ ୬ ବର୍ଷ ଅତିକ୍ରମ ହୋଇ ଯାଇଥିଲେ ସୁଧା ସରକାର ଅମଲା ମାନଙ୍କ ଦାବି ପୂରଣରେ ଟାଳ ଟୁଳ ନିତି ଅବଲମ୍ବନ କରିବା।
ଏହି ରକ୍ତଦାନ ଶିବିରରେ ପଦ୍ମ ଚରଣ ସାହୁ, ଜଗନ୍ନାଥ ବେହେରା, ରଣଦୀପ ମଣ୍ଡଳ, ଜିତେନ୍ଦ୍ର ହନ୍ତାଳ, ଟୁନା ବିଷୋୟୀ, ଅଜୁର୍ନ ମାଝି, ବିରଜା ଶେଖର ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ଗିରିଶ ଚନ୍ଦ୍ର ଶାମନ୍ତରାୟ, ଲୁଙ୍ଗେରା ସାଉନ୍ତା, ରାମଚନ୍ଦ୍ର ମୁଦୁଲି, ସୀମାଞ୍ଚଳ ବେହେରା, ସୁବ୍ରତ କୁମାର ରଥ, ଟି.ସୀମା ପାତ୍ର, ମନମୋହନ ସାହୁ, ତେଜେଶ୍ବର ବେହେରା, ଗୌରୀ ଶଙ୍କର ଶତପଥୀ, ନିତ୍ୟାନନ୍ଦ ଭତ୍ରା, ରାକେଶ ପ୍ରଧାନ, ବଜ୍ରପ୍ରସାଦ କନ୍ଧପାଣ, ମଧୁସୂଦନ ଖୀଲ ଓ ଦଲମଣି ନାୟକ ପ୍ରମୁଖ ରକ୍ତଦାନକରିଥିଲେ। ଓଡ଼ିଶା ମିଳିତ ଅମଳା ମଞ୍ଚ କୋରାପୁଟ ଜିଲ୍ଲା ଶାଖା ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଏହା ଆୟୋଜନକରାଯାଇଥିବାରୁ ବେଳେ ସଂଘର ସଭାପତି ତଥା ଆବାହକ ଶଶିଭୂଷଣ ଦାଶ, ସମ୍ପାଦକ ନିତ୍ୟାନନ୍ଦ ଭତରା, ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, ଉପଦେଷ୍ଠା ମନୋଜ କୁମାର ବାରିକ ଓ ମୁଖ୍ୟ ଉପଦେଷ୍ଠା ସୁନାକର ରାଉତ ପ୍ରମୁଖ ସାଧୁବାଦ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/27-2.jpg)