ନବରଙ୍ଗପୁର: ଦେଢ଼ବର୍ଷର ଶିଶୁକୁ ଚିକିତ୍ସା ଆଳରେ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନବରଙ୍ଗପୁର: ଆବଶ୍ୟକ ସଚେତନତାର ଅଭାବ ଯୋଗୁଁ ଏବେ ବି ରାଜ୍ୟର ବିଭିନ୍ନ ଆଦିବାସୀବହୁଳ ଅଞ୍ଚଳରେ ନିରୀହ ଶିଶୁମାନଙ୍କୁ ଅକଥନୀୟ ଯନ୍ତ୍ରଣା ସହିବାକୁ ପଡ଼ୁଛି। ବିଶେଷ କରି ବିଭିନ୍ନ ଆଦିବାସୀ ଅଞ୍ଚଳର ଶିଶୁମାନଙ୍କୁ ଚିକିତ୍ସା ଆଳରେ ଚେଙ୍କ ଦିଆଯାଉଥିିବା ଘଟଣା ପ୍ରତିଦିନ ନଜରକୁ ଆସୁଥିବା ବେଳେ ଆବଶ୍ୟକ ସଚେନତା ସୃଷ୍ଟି କରିବା ଦିଗରେ ପ୍ରଶାସନ ବିଫଳ ହୋଇଛି। ଏହିପରି ଏକ ଘଟଣାରେ ଆଜି ପୁଣି ଅନ୍ଧବିଶ୍ୱାସ ଓ ଅଜ୍ଞାନତା କାରଣରୁ ଜଣେ ଶିଶୁଙ୍କର ଚେଙ୍କ ଚିକିତ୍ସା କରାଯାଇଛିି। ମାତ୍ର ଦେଢ଼ବର୍ଷର ଶିଶୁଟ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିି।

ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ନିସନାହାଣ୍ଡି ଗାଁରେ ଜଣେ ୧ବର୍ଷ ୪ ମାସର ଶିଶୁକୁ ଜ୍ୱର ହୋଇଥିବାରୁ ପରିବାର ଲୋକେ ତାଙ୍କୁ ଚେଙ୍କ ଦେଇ ଭଲ କରିବାକୁ ଉଦ୍ୟମ କରିଛନ୍ତି। ଚେଙ୍କ ଯୋଗୁଁ ଶିଶୁଟିର ଦେହରେ ଫୋଟକା ହୋଇଯାଇଥିିବା ବେଳେ ସେ ଗୁରୁତର ହୋଇ ପଡ଼ିବାରୁ ଶେଷରେ ତାଙ୍କୁ ଅଣାଯାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିସା କରାଯାଉଛି।

ସମ୍ବନ୍ଧିତ ଖବର