ଧର୍ମଶାଳା: ଧର୍ମଶାଳା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ଜାରକା ଦେଉଳି ଗାଁ ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିର ସମ୍ମୁଖ ରାସ୍ତାରେ ଦାଦାବଟି ଆଦାୟ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଗାଡ଼ି ଅଟକାଇ ପିସ୍ତଲ ଦେଖାଇ ବଟି ଆଦାୟ ଚାଲିଛି। ଏଭଳି ଦାଦାଗିରି କରୁଥିବା ସମୟରେ ଜଣେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି।
/sambad/media/post_attachments/wp-content/uploads/2021/01/9683608f-42c4-4f14-bf8f-d8435523d7cd-232x300.jpg)
ପୁଲିସ୍କୁ ଦେଖି ଅନ୍ୟ କେତେକ ସହଯୋଗୀ ଖସି ଯାଇଥିଲେ। ଗିରଫ ଅଭିଯୁକ୍ତ ହେଉଛି ଦେଉଳି ଗ୍ରାମର ଶ୍ରୀକାନ୍ତ ମିଶ୍ର। ତା' ନିକଟରୁ ଏକ ଦେଶୀ ପିସ୍ତଲ ଜବତ ହୋଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ଥାନାରେ ୨୭/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀକାନ୍ତକୁ ଆଜି ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/arrest-1567542217.jpg)