ଜାତୀୟ ରାଜପଥରେ ଦାଦାବଟି ଆଦାୟ: ଯୁବକ ଗିରଫ, ପିସ୍ତଲ ଜବତ

ଧର୍ମଶାଳା: ଧର୍ମଶାଳା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ଜାରକା ଦେଉଳି ଗାଁ ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିର ସମ୍ମୁଖ ରାସ୍ତାରେ ଦାଦାବଟି ଆଦାୟ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଗାଡ଼ି ଅଟକାଇ ପିସ୍ତଲ ଦେଖାଇ ବଟି ଆଦାୟ ଚାଲିଛି। ଏଭଳି ଦାଦାଗିରି କରୁଥିବା ସମୟରେ ଜଣେ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି।

ପୁଲିସ୍‌କୁ ଦେଖି ଅନ୍ୟ କେତେକ ସହଯୋଗୀ ଖସି ଯାଇଥିଲେ। ଗିରଫ ଅଭିଯୁକ୍ତ ହେଉଛି ଦେଉଳି ଗ୍ରାମର ଶ୍ରୀକାନ୍ତ ମିଶ୍ର। ତା’ ନିକଟରୁ ଏକ ଦେଶୀ ପିସ୍ତଲ ଜବତ ହୋଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ଥାନାରେ ୨୭/୨୧ ନମ୍ବରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀକାନ୍ତକୁ ଆଜି ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର