ପଦ୍ମପୁର: କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସଦର ଥାନା ଅନ୍ତର୍ଗତ ଗୋପଳପୁରରେ ଚଢାଉ କରି ୨କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଗୋପାଳପୁର ଗ୍ରାମର ଅଜୟ ସାହୁ(୨୩)। ବେଆଇନ ଗଞ୍ଜେଇ ବିକ୍ରି ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଜିଲ୍ଲା ଅବକାରୀ ନିରୀକ୍ଷକ ନାରାୟଣ ମେହେରଙ୍କ ନେତୃତ୍ବରେ ଇନିସପେକ୍ଟର ବେଣୁଧର ସାମଲ, ଓଆଇସି ଗିରିଜା ନନ୍ଦନ ଜେନା,ଏଏସ୍ ଆଇ ଲକ୍ଷ୍ମଣ କୁମାର ନାଏକ, ଜଗନ୍ନାଥ ଭିତିରିଆ, କନେଷ୍ଟବଳ ଅଖିଳ ଚନ୍ଦ୍ର ସର୍ଦ୍ଧାର, ତପନ କୁମାର ସାହୁ, ଆଲୋକ କୁମାର ସାହୁ, ସଂଗ୍ରାମ କିଶୋରୀ ସାମଲ,ବବିତା ଲେଙ୍କା ପ୍ରମୁଖ ଚଢାଉରେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/62ed0dfa-e4c3-4fa5-828c-105076deef8a-1.jpg)