ବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ ଘଟଣାରେ ଜଣେ ଗିରଫ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ ନେଇ ପେପରମେଟଲା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଜଣଙ୍କୁ ଗିରଫ କରିଛି ପାପରମେଟଲା ପୁଲିସ। ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିଅସ କିସ୍ପୋଟାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ କନ୍ଧ ଖରା ସ୍ୱାଭିମାନ ଅଞ୍ଚଳର ଜାନବାଇଠାରେ ଥିବା ଜନସେବା କେନ୍ଦ୍ରକୁ ଟଙ୍କା ଉଠେଇବା ପାଇଁ ୧୩/୦୧/୨୦୨୨ରେ ଯାଇଥିଲେ | ସେତେବେଳେ ତାଙ୍କ ଖାତାରେ ୧୫,୪୪୯.୫୦ ଥିଲା। ସେ ଜନସେବା କେନ୍ଦ୍ରରେ ଥିବା ତରୁଣ ସାହାକୁ ୧୦,୦୦୦ ଟଙ୍କା ଉଠେଇବା ପାଇଁ କହିଥିଲେ ତରୁଣ ସାହା ଖାତାରୁ ୧୦,୦୦୦ ଉଠେଇକି ୯୩୭୦ ଟଙ୍କା କନ୍ଧ ଖରାକୁ ଦେଇଥିଲେ। କନ୍ଧ ଖରା ଅବଶିଷ୍ଟ ଟଙ୍କା ଉଠେଇବା ପାଇଁ ଏବେ ଆସିବାରୁ ସେ ଦେଖିଥିଲେ ଯେ ତାଙ୍କ ଖାତାରେ ମାତ୍ର ୯୧.୫୦ ଟଙ୍କା ଅଛି |

ସେ ଏ ନେଇ ତରୁଣ ସାହାକୁ ପଚାରିବାରୁ ତରୁଣ ସାହା ତାଙ୍କ ବଡ ଭାଇ ରତନ ସାହା କନ୍ଧ ଖରାକୁ ଗାଳିଗୁଲଜ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପପରମେଟଲା ଥାନାରେ ତରୁଣ ସାହାଙ୍କ ନାମରେ ଚାରିଜଣ ଵ୍ୟକ୍ତି କନ୍ଧ ଖରା,ପଦ୍ମ କିର୍ଷାନି, ମୁଡେନ୍ ପୁରଣ,ପୂର୍ଣ୍ଣିମା ଖରା ଅଭିଯୋଗ କରିଛନ୍ତି।ଏ ନେଇ ପାପରମାଟଲା ଥାନାରେ କେସ ନମ୍ବର ୧୬,୧୭,୧୮,୧୯/୨୦୨୨ ରେ ଚାରିଗୋଟି ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ତରୁଣ ସାହା କୁ ଟଙ୍କା ହଡ଼ପ ଓ ଗାଳିଗୁଲଜ କରିବା ଘଟଣାରେ କୋର୍ଟକୁ ଚାଲାଣ କରାଯାଇଛି। ପୂର୍ବରୁ ମେ ମାସରେ ମଧ୍ୟ ଏଭଳି କୁର୍ମାନୁର କିଓସକ ବ୍ୟାଙ୍କରୁ ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ବସବାସ କରୁଥିବା ଅନେକ ନିରୀହ ଲୋକଙ୍କ ଟଙ୍କାକୁ କିଓସକ ବ୍ୟାଙ୍କ ଓ ଜନସେବା କେନ୍ଦ୍ରର ସଂଚାଳକ ହଡ଼ପ କରୁଥିବା ନେଇ ବହୁବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ ଜନସେବା କେନ୍ଦ୍ର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି। ପୁଲିସ ଓ ପ୍ରଶାସନ ପକ୍ଷରୁ ଏ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ର ଓ କିଓସକ ବ୍ୟାଙ୍କ ଉପରେ ନଜର ରଖିବା ସହ କାଗଜପତ୍ରର ନିୟମିତ ଯାଞ୍ଚ କରାଗଲେ ଏଭଳି ଟଙ୍କା ହଡ଼ପ ଘଟଣାରେ ଲଗାମ ଲାଗିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର