ଛତିଆ: ବୈରୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ଜଣେ ଯୁବକକୁ ବୈରୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ଅଞ୍ଚଳର ରାମ ଖାଁଙ୍କ ପୁଅ ରସୁଲ ଖାଁ(୧୯)। ଗତ ଫେବ୍ରୁଆରି ମାସ ୧୬ ତାରିଖ ରାତିରେ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରି ନେଇଥିଲା। ନାବାଳିକାଙ୍କ ମା' ଏନେଇ ବୈରୀ ଥାନାରେ ଅଭିଯୋଗ କରିଥିଲେ। ବୈରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ୩୬/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ଅଭିଯୁକ୍ତର ମୋବାଇଲ ଟ୍ରାପ୍ କରି ସେମାନେ କର୍ଣ୍ଣାଟକର ନଜମାଦୁର ଠାରେ ରହୁଥିବା ପୁଲିସକୁ ସୂଚନା ମିଳିଥିଲା। ଛତିଆ ବିଟ୍ହାଉସ ଏସଆଇ ଜଗଦିଶ କର, ବୈରୀ ଥାନାର ଅସରଫ ଅଲ୍ଲୀ ଖାଁ ଓ ବୈଜୟନ୍ତୀ ବାଲା ପ୍ରମୁଖ ନଜମାଦୁର ଯାଇ ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଆଜି ଉଭୟଙ୍କର ଡାକ୍ତରୀମାଇନା କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ନାବାଳିକାଙ୍କୁ ତାଙ୍କ ପରିବାର ଜିମା ଦିଆଯାଇଥିବା ବେଳେ ଅଭିଯୁକ୍ତ ରସୁଲକୁ କୋର୍ଟ ଚାଲାଣ କରାଯାଇଛି।
ନାବାଳିକା ଅପହରଣ, ଜଣେ ଗିରଫ
/sambad/media/post_attachments/wp-content/uploads/2021/02/332899-arrest_1200x768.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)