ଜୟପୁର: ଜୟପୁର ଟାଉନଥାନା ଅଂଚଳର ନାବାଳିକାକୁ ଅଭିଯୁକ୍ତ ସୁମିତ ବାଘ ଅପହରଣ କରି ଗତ ୧୮ତାରିଖ ଦିନ ନେଇକି ଯାଇଥିଲେ। ଏ ନେଇ ଜୟପୁର ଟାଉନଥାନାରେ ଅଭିଯୋଗ ହେବା ପରେ ପୁଲିସ ଅପହୃତା ନାବାଳିକାକୁ ବୋରିଗୁମ୍ମା ଥାନା ଅଂଚଳରୁ ଉଦ୍ଧାର କରିଛି। ଏହା ସହ ଅପହରଣ କାରୀ ଅଭିଯୁକ୍ତ ସୁମିତକୁ ଗିରଫ କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।

Advertisment

ସୂଚନା ଅନୁଯାୟୀ, ଏହି ମାସ ୧୮ତାରିଖ ଦିନ ଟାଉନଥାନା ଅଂଚଳର ଜୈନେକା ନାବାଳିକାକୁ ଢ଼େପଗୁଡା ଅଂଚଳର ସୁମିତ ବାଘ ଅପହରଣ କରି ନେଇ ତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାରବର୍ଗ ଅଭିଯୋଗ କରିବା ପରେ ପୁଲିସ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରିବା ସହ ଡାକ୍ତରୀ ମାଇନା କରାଇଥିଲେ। ଅଭିଯୁକ୍ତର ବି ଡାକ୍ତରୀ ମାଇନା କରାଯାଇଥିଲା। ପୁଲିସ ଦଫା ୩୬୩/୩୭୬(୩)୪(୨) ପକ୍ସୋ ଆକ୍ଟରେ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରିଥିବା କହିଛନ୍ତି ତଦନ୍ତକାରୀ ସବଇନିସପେକ୍ଟର ବିଷ୍ଣୁଚରଣ ବେହେରା।