ନବରଙ୍ଗପୁର: ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର, ଅଭିଯୁକ୍ତ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରି ଗ୍ରାମରେ ଶନିବାର ରାତି ସାଢ଼େ ୭ଟାରେ ସାନଭାଇ ଏକ ଟାଙ୍ଗିଆରେ ବଡ଼ ଭାଇକୁ ମରଣାନ୍ତକ ଆକ୍ରମଣ କରିଛି। ବଳଦେବ ଭତରା (୫୨) ହେଉଛି ଅଭିଯୁକ୍ତ। ସେ ନିଜର ବଡ଼ଭାଇ ବାସୁଦେବ ଭତରା (୫୫)କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲା। ଗୁରୁତର ବାସୁଦେବକୁ ତୁରନ୍ତ ଏକ ୧୦୮ ଏମ୍ବୁଲାନ୍‌ସ ରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ଏ ନେଇ ପାତ୍ରି ଗ୍ରାମର ମନସିଂ ଜାନି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ସାନ ଭାଇ ବଳଦେବ ଭତରାକୁ ଗିରଫ କରିଥିବା ବେଳେ ସୋମବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ପଲିସ ଅଧିକାରୀ ଏସ୍‌ ଆଇ ଫକିର ମହୋନ ଖୁରା କହିଛନ୍ତି।

ଘଟଣା ଅନୁଯାୟୀ ପାତ୍ରି ଗ୍ରାମର ବାସୁଦେବ ଓ ବଳଦେବଙ୍କ ମଧ୍ୟରେ ଅନେକ ସମୟରେ କୌଣସି ବିଷୟକୁ ନେଇ ପାଟିତୁଣ୍ଡ ହୋଇଥାଏ। ଏହା ଏକ ନିତିଦିନିଆ ଘଟଣା ହୋଇଥିଳେ ମଧ୍ୟ ଶନିବାର ରାତି ଏହା ଭୟଙ୍କର ରୂପ ନେଇଥିଲା। ବାସୁଦେବ ଘର ସମ୍ମୁଖରେ ମାଛ ଜାଲ ସୁଖାଇବା ସମୟରେ ତା ସାନ ଭାଇ ଅତର୍କିତ ଏକ ଟାଙ୍ଗିଆରେ ମୁଣ୍ଡକୁ ଆଘାତ କରିଥିଲା। ବାସୁଦେବ ଚିତ୍କାର କରିବା ପରେ ପରିବାର ଲୋକେ ଓ ସାହି ପଡିଶା ଲୋକେ କଣ ହେଲା ବୋଲି ଜାଣିବା ବେଳକୁ ସାନ ଭାଇ ବଳଦେବ ସେଠାରୁ ଲୁଚି ପଳାଇଥିଲା ଆଜି ଗ୍ରାମର ମନସିଂ ଜାନି ଡାବୁଗାଁ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ସାନ ଭାଇ ବଳଦେବକୁ ପଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର