ଡକାୟତି ମାମଲାରେ ଜଣେ ଗିରଫ, ୩.୧୦ ଲକ୍ଷ ଟଙ୍କା ସମେତ ଭ୍ୟାନିଟ ବ୍ୟାଗ ଓ ମୋବାଇଲ ଫୋନ ଜବତ

ବାଲିଅନ୍ତା: ବାଲିଅନ୍ତ ଥାନା ପାହାଳ ଫାଣ୍ଡି ଅଧୀନ ତ୍ରିନାଥବଜାରରେ ୩ ମାସ ପୂର୍ବେ ଘଟିଥିବା ଜଣେ ମହିଳାଙ୍କ ଠାରୁ ଡକାୟତି ମାମଲାରେ ଆଜି କମିସନରେଟ ପୁଲିସକୁ ବଡ଼ ସଫଳତା ମିଳିଛି । ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ଼ ଓ ବାଲିଅନ୍ତା ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ଏହି ଡକାୟତି ମାମଲାରେ ସଂପୃକ୍ତ ଗ୍ୟାଙ୍ଗର ଜଣେ ଡକାୟତକୁ ପୁଲିସ ଗିରଫ କରିଛି । ସେ ହେଲା ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଧୀନ ପାକଲାପଲ୍ଲୀ ଗ୍ରାମର ଚିଣ୍ଟୁ ଦାସ (୧୯) । ଜାମିନ ନାମଂଜୁର ହେବାରୁ ଚିଣ୍ଟୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ପୁଲିସ ଚିଣ୍ଟୁଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା , ଭ୍ୟାନିଟି ବ୍ୟାଗ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ଏନେଇ ଥାନାରେ ନଂ ୨୦୩/୨୦ ରେ ମାମଲା ରୁଜୁ କରି ପୁଲିସ ଅନୁସନ୍ଧାନ ଚଳାଇଥିଲା । କୌଣସି ସୂତ୍ରରୁ ଖବର ପାଇ ଗତ ୪ ଦିନ ପୂର୍ବେ ସ୍ପେଶାଲ ସ୍କ୍ବାର୍ଡ଼ ଓ ପାହଳ ଫାଣ୍ଡି ଅଧିକାରୀ ଓମ ପ୍ରକାଶ ମହାନ୍ତି ଆସ୍କା ପାକଲାପଲ୍ଲୀରେ ଚିଣ୍ଟୁ ଘରେ ଚଢ଼ଉ କରି କାବୁ କରି ନେଇଥିଲେ । ଚିଣ୍ଟୁଠାରୁ ପୁଲିସ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା , ଭ୍ୟାନିଟି ବ୍ୟାଗ ଓ ବୋବାଇଲ ଫୋନ ଜବତ କରିଥିବା ସୂଚନା ମିଳିଛି । ଘଟଣା ପରଦିନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭ କ୍ୟାମେରା ଫୁଟେଜ ସଂଗ୍ରହ କରିବା ସହ ତାର ଗତବିଧି  ଯାଞ୍ଚ କରିଥିଲେ । ଏଥିସହିତ ପୁଲିସ ଘଟଣା ପରେ ମୋବାଇଲ ଫୋନ ଡମ୍ପ ଆନାଲିସିସ ସହାୟତାରେ ଜାଣିବାକୁ ପାଇଥିଲା ଯେ ଲୁଟେରା ମାନେ ଆସ୍କା ଅଞ୍ଚଳର । ଟଙ୍କା ଝାମ୍ପି ନେବା ପରେ ଚିଣ୍ଟୁ ଓ ତା’ର ଅନ୍ୟ ୩ ସହଯୋଗୀ ଆସ୍କା ପଳାଇଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ଗତ ସେପ୍ଟେମ୍ବର ମାସ ୭ ତାରିଖରେ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ସୁନୀତା ଜେନା (୫୧) ନାମକ ଜଣେ  ମହିଳାଙ୍କ ଠାରୁ ଚିଣ୍ଟୁ ଟଙ୍କା ଭର୍ତି ବ୍ୟାଗ ଝାମ୍ପି ନେଇ ଚମ୍ପଟ ହୋଇଯାଇଥିଲା । ପାହାଳ ଫାଣ୍ଡି ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କ କହିବାନୁଯାୟୀ ଏହି ଲୁଟ ଘଟଣାରେ ଚିଣ୍ଟୁ ସହ ଆଉ ୩ ସହଯୋଗୀ ସଂପୃକ୍ତ ଥିବା ପୁଲିସ କହିଛି । ଚିଣ୍ଟୁ ଟଙ୍କା ବ୍ୟାଗ ଝାମ୍ପି ନେବା ପରେ ନିକଟରେ ବାଇକ ଷ୍ଟାର୍ଟ ଅବସ୍ଥାରେ ଠିଆ ହୋଇଥିବା  ସହଯୋଗୀ ଯୁବକ ବାଇକରେ ବସି ଫେରାର ହୋଇଯାଇଥିଲା । କିଛି ଦୂରରେ ସେମାନଙ୍କୁ ଅପେକ୍ଷା କରିଥିବା ଆଉ ଦୁଇ ସହଯୋଗୀଙ୍କ ସହ ମିଶି ଫେରାର ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର