ଛତିଆ: ଯାଜପୁର ଜିଲ୍ଲା ବୈରୀ ଥାନା ନେଳିଆ ପଞ୍ଚାୟତ ଛତିଆ ବିଦ୍ୟାଧରପୁର ଗ୍ରାମରୁ ବୈରୀ ପୁଲିସ ଆଜି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ବିନୋଦ ପାଲଙ୍କୁ ପୁଲିସ ଗିରଫ କରିଛି। ବିନୋଦ ତାର ଘରେ ପ୍ୟାକିଂ ମେସିନ ଓ ଡବା ସିଲ୍ ମେସିନ ପକାଇ ଗୋପାଳ ଓ ଶିବଦାତା ଭଳି ନାମିଦାମୀ କମ୍ପାନିର ଜର୍ଦ୍ଦାକୁ ଅବିକଳ ନକଲ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଇ ବ୍ୟବସାୟ ଚଳାଉ ଥିଲା।
ଆଜି ବୈରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଖବର ପାଇ ବିନୋଦର ଘର ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୁଲିସ ତାର ଘରୁ ମେସିନ ଓ ଜର୍ଦ୍ଦା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଏହି ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣର ନକରି ଜର୍ଦ୍ଦା ଜବତ କରିବା ସହ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/07e9783d-e4ac-4205-9827-d646c65b6e0e.jpg)