ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଜୈନେକା ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଚନ୍ଦାହାଣ୍ଡି ପୁଲିସ ବାଟପଡା ଗ୍ରାମର ନୃସିଂହ ନାୟକ(୨୪)କୁ ଗିରଫ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ବାଟପଡା ଗ୍ରାମର ନୃସିଂହ ନାୟକ ଆଜକୁ ତିନି ବର୍ଷ ହେବ ଜୈନେକା ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ଗତ ୪ ତାରିଖ ସକାଳ ଭୋର ୫ଟା ସମୟରେ ଯୁବତୀ ନୃସିଂହଙ୍କ ଘରକୁ ଯାଇ ମୋତେ ଆଜି ବିବାହ କର ବୋଲି କହିବାରୁ ନୃସିଂହ ଘର ଛାଡି କେଉଁ ଆଡକୁ ଚାଲିଯାଇଥିଲା । ଶେଷରେ ଯୁବତୀ ଗତକାଲି ସନ୍ଧ୍ୟାରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ । ଯୁବତୀଙ୍କ ଏତଲା କୁ ଭିତ୍ତିକରି ଚନ୍ଦାହାଣ୍ଡି ଥାନା କେସ ନମ୍ବର ୬୯/୨୧ ପ୍ରକାରେ ଆଇପିସିର ଧାରା ୩୭୬(୨)(ଏନ)ପ୍ରକାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନୃସିଂହ କୁ ଗିରଫ କରି ପଚରାଉଚରା ଜାରି ରଖିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରାଇଥିଲେ । ଆଜି ଅଭିଯୁକ୍ତ ନୃସିଂହକୁ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତକୁ ପ୍ରେରଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/WhatsApp-Image-2021-06-05-at-18.22.55.jpeg)