ଦଶପଲ୍ଲା ଜଙ୍ଗଲକୁ ଟାର୍ଗେଟ କରୁଛନ୍ତି ଶିକାରୀ ଓ ମାଫିଆ

ବାଇଶିପଲ୍ଲୀ ଜଙ୍ଗଲରୁ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ବାରୁଦ ଜବତ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲକୁ ଛାଇ ଗଲେଣି ଶିକାରୀ ଓ କାଠ ମାଫିଆ। ଅହରହ ଜଙ୍ଗଲରୁ ବହୁ ମୁଲ୍ୟବାନ ଗଛ କଟା ଚାଲିଥିବା ବେଳେ ଗୁଳିକରି ବନ୍ୟଜନ୍ତୁ ଶିକାର କରୁଛନ୍ତି। ଗତକାଲି ଏସ୍ଟିଏଫ୍ ଜଣେ ଶିକାରୀଙ୍କୁ ଗିରଫ କରିବା ସହ ୨ଟି ବାଘଛାଲ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଛାଲ, ଦାନ୍ତ ଓ ବଜ୍ରକାପ୍ତା ଜବତ କରିବାର ୨୪ ଘଣ୍ଟା ନପୁରୁଣୁ ଆଜି ମହାନଦୀ ବନ୍ୟପ୍ରାଣୀ ବିଭାଗକୁ ଆଉ ଏକ ସଫଳତା ମିଳିଛି। ବାଇଶିପଲ୍ଲୀ ସଂରକ୍ଷିତ ଜଙ୍ଗଲର କମ୍ପାଟମେଣ୍ଟ-୨ରେ ଶିକାର ପାଇଁ ବନ୍ଧୁକ ଧରି ଛକି ବସିଥିବା ଜଣେ ଶିକାରୀଙ୍କୁ ଗିରଫ କରାଯିବା ସହ ତା’ଠାରୁ ବନ୍ଧୁକ, ବାରୁଦ, ସୀସା ଏବଂ ଏକ ଟର୍ଚ୍ଚ ଲାଇଟ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଲୁରୁକୁମ୍ପା ପଞ୍ଚାୟତ ବାଣିବିରି ଗ୍ରାମର ବିଶ୍ବନାଥ ମଳିକ (୭୦) ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲା।

ବାଣିଗୋଛା (ପଶ୍ଚିମ) ବନାଚଂଳ ଅଧିକାରୀ ସଂସାର ବଗିର୍ଆ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଚଢଉ କରିଥିଲେ। ତାଙ୍କୁ ବନାଚଂଳ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରାଉଚରା କରାଯାଉଥିବା କହିଛନ୍ତି। ସେ ଜଣେ ପେସାଦାର ଶିକାରୀ ହୋଇଥିବା ବେଳେ ନିଜ ପାଖରେ ବନ୍ଧୁକ ରଖି ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରୁଥିବା ଜଣାପଡିଛି। ଆଜି ଅଟକ ରଖାଯାଇ ଅଧିକ ପଚରାଉଚରା ଚାଲିଥିବାବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ବଗିର୍ଆ କହିଛନ୍ତି। ଏପଟେ ଏହି ଚଢଉରେ ବନପାଳ ଦୀପ୍ତି ରଞ୍ଜନ ଆଚାର୍ଯ୍ୟ, ଦୀପ୍ତି ରଞ୍ଜନ ନାୟକ, ବନରକ୍ଷୀ ରାଜ ଶତପଥି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର