୧୦୦୦ ଲିଟର ଦେଶୀ ମଦ-ସ୍କୋର୍ପିଓ ଜବତ, ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ଜିଲ୍ଲା ମୋବାଇଲ ୟୁନିଟର ଆଇଆଇସି ଉଦେ ଲାଲ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ସଦର ଥାନା ଅନ୍ତର୍ଗତ ତାମୁଲିଆ ବ୍ରିଜ ନିକଟରୁ ରବିବାର ରାତି ପ୍ରାୟ ୧୦ଟାରେ ୧୦୦୦ ଲିଟର ଦେଶୀ ମଦ ଜବତ କରିଛି । ଏଥି ସହିତ ପୋଲି ଜଣେ ଅଭିଯୁକ୍ତକୁ ଗିରଫ ସହ ଏକ ମହିନ୍ଦ୍ରା ସ୍କୋର୍ପିଓ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ପ୍ରତାପ ଚନ୍ଦ୍ର ପ୍ରଧାନ । ଚଢ଼ାଉ ସମୟରେ ବାଲେଶ୍ୱର ଜିଲ୍ଲା ମୋବାଇଲ ୟୁନିଟର ଚନ୍ଦ୍ରମୋହନ ସେଠୀ, ଏସକେ କଲିମ, ପ୍ରହଲ୍ଲାଦ ବିଶ୍ୱାଳ, ଅଞ୍ଜନ କୁମାର ଜେନା, ତାପସ ମଲ୍ଲିକ, ବିଦ୍ୟାଧର ବିନ୍ଧାଣି ଓ ବାପି ରାଉତ ଥିଲେ । ଅଭିଯୁକ୍ତକୁ ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର