ସ୍ୱାମୀ ବିଷ ପିଆଇ ପତ୍ନୀଙ୍କୁ ହତ୍ୟା ଅଭିଯୋଗ, ଜଣେ ଗିରଫ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଦୁଆରାମ ଗ୍ରାମରେ ସ୍ୱାମୀ ନିଜ ସ୍ତ୍ରୀକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ବୋରିଗୁମ୍ମା ପୁଲିସ। ଗିରଫ ବ୍ୟକ୍ତିଙ୍କ ନାମ ସୋମନାଥ ହରିଜନ। ଗିରଫ ସୋମନାଥଙ୍କ ଶଶୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ଶାନ୍ତି ହରିଜନକୁ ଗତ ସାତ ବର୍ଷ ତଳେ ସୋମନାଥ ହରିଜନ ରୀତିନୀତି ଅନୁସାରେ ବିବାହ କରିଥିଲେ। ଝିଅର ଦୁଇ ସନ୍ତାନ ରହିଛନ୍ତି। ମଝିରେ ମଝିରେ ସ୍ଵାମୀ ସ୍ତ୍ରୀ ଗଣ୍ଡଗୋଳ କରିବାରୁ ଶଶୁର ନିଜେ ଜ୍ବାଇଁ ଘର ଦୁଆରାମ ଆସି ସମାଧାନ କରୁଥିଲେ। ତେବେ ଗତକାଲି ହଠାତ ଘରେ କେହି ନ ଥିବା ସମୟରେ ଶାନ୍ତି ହରିଜନ ବିଷ ପିଇଥିଲେ। ସ୍ୱାମୀ ଜାଣିବା ପରେ ତୁରନ୍ତ ନିଜ ସ୍ତ୍ରୀକୁ ବୋରିଗୁମ୍ମା ଡାକ୍ତରଖାନା ନେଇଥିଲେ।

ସେଠାରେ ଡାକ୍ତର ଶାନ୍ତି ହରିଜନଙ୍କୁ ମୃତ ଘୋଷଣା କରିଥିଲେ। ଶଶୁର ରାମ ହରିଜନ ଝିଅ ଶାନ୍ତିକୁ ଜୋର ଜବରଦସ୍ତ ବିଷ ପିଆଇ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ ଥାନା ଆଇଆଇସି ଖୀରେଶ୍ୱର ସାହୁ ସ୍ୱାମୀ ସୋମନାଥ ହରିଜନକୁ ଗିରଫ କରିଥିଲେ। ଏନେଇ ଥାନାରେ ଏକ ମାମଲା କେସ ନମ୍ବର ୧୨୯ /୨୨ ଦଫା ୪୯୮(ଏ), ୩୦୨ ରୁଜୁ କରି ଅଭିଯୁକ୍ତ ସୋମନାଥକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ସୂଚନା ମିଳିଛି।

ସମ୍ବନ୍ଧିତ ଖବର