ବାଲେଶ୍ବର: ବାଲେଶ୍ବର ସହରର ମାଣିଖମ୍ବ ଅଞ୍ଚଳରେ ଶନିବାର ସଂଧ୍ୟାରେ ଜଣେ ମହିଳା ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଚନ୍ଦନ ସିଂ(୪୦) ନାମକ ଜଣେ ଯୁବକ ପଡ଼ୋଶୀ ଅଶୋକ ମାଇତିଙ୍କ ଘରେ ପଶି ତାଙ୍କ ପତ୍ନୀ ରାନୁ ମାଇତିଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ଘଟଣାକୁ କେନ୍ଦ୍ର କରି ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ୨୪୮/୨୦ରେ ମାମଲା କରି ଅଭିଯୁକ୍ତ ଚନ୍ଦନ ସିଂଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ମାଣିଖମ୍ବର ଅଶୋକ ମାଇତିଙ୍କ ଘରପାଖରେ ଚନ୍ଦନ ସିଂଙ୍କର ଏକ ତେଜରାତି ଦୋକାନ ରହିଛି। ଅଶୋକ ସ୍ଥାନୀୟ ଅଞ୍ଚଳରେ ଠିକାଦାରି କାମ କରୁଥିବା ବେଳେ ତାଙ୍କ କାମରେ ଅସନ୍ତୁଷ୍ଟ ହୋଇ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଚନ୍ଦନଙ୍କ ଦୋକାନ ପାଖରେ କହିଥିଲେ। ତେବେ ଚନ୍ଦନ ଏ ବିଷୟରେ ଅଶୋକଙ୍କୁ ପଚାରିବା ପରେ ଅଶୋକଙ୍କ ପତ୍ନୀ ଓ ଝିଅ ଚନ୍ଦନଙ୍କ ଉପରେ ବିରକ୍ତି ହେବା ସହ ପାଟି କରିଥିଲେ। ଏହାପରେ ଅଶୋକ ଓ ତାଙ୍କ ଝିଅ ଗତକାଲି ସଂଧ୍ୟାରେ ବଜାରକୁ ଯାଇଥିବା ବେଳେ ଚନ୍ଦନ ଏକ ଧାରୁଆ ଖଣ୍ଡା ଧରି ତାଙ୍କ ଘରେ ପଶିଥିଲେ। ଉକ୍ତ ଘଟଣା ବାବଦରେ କାହିଁକି ତାଙ୍କୁ ଅଯଥାରେ ଗାଳି କରୁଥିଲେ ବୋଲି କହି ସେଥିରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ରାନୁ ଉପରକୁ ହାତଟେକିବା ବେଳକୁ ଚନ୍ଦନ ତାଙ୍କୁ ଚୋଟ ମାରିଥିଲେ। ଖଣ୍ଡାଚୋଟ ତାଙ୍କ ହାତପାପୁଲିରେ ବସି ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଆଣି ଭର୍ତ୍ତି କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/904650-503197-arrest.jpg)