ନବରଙ୍ଗପୁର: ସଂରକ୍ଷିତ ଜଙ୍ଗଲରେ ବେଆଇନ ଚାଷ, ଜଣେ ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ନାଗଯୋଡ଼ି ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଚାଷ କରୁଥିବା ଅଭିଯୋଗରେ ବନ ବିଭାଗ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ୬ଟାରେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଧାରାନାବେଡ଼ା ଗ୍ରାମର ବୁଦୁରାମ ବିନ୍ଧାଣି (୫୦) ନାଗଯୋଡ଼ି ସଂରକ୍ଷିତ ଜଙ୍ଗଲରେ ଅଢେଇ ଏକର ପରିମିତ ଜାଗା ସଫା କରିବା ସହ ଜଙ୍ଗଲରେ ନିଆଁ ଲଗାଇ ସେହି ସ୍ଥାନରେ ଚାଷ କରିବା ପାଇଁ ହଳ ଲଙ୍ଗଳ ବୁଲାଉ ଥିଲା। ସେହି ସମୟରେ ନାଗଯୋଡ଼ି ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ବନରକ୍ଷୀ ମନୋରଞନ ନାୟକ ବେଆଇନ ଭାବେ ଜଙ୍ଗଲ କାଟି ଚାଷ କରିବା ଦେଖି ତାକୁ ଗିରଫ କରିିଥିଲେ।

ଆଜି ଏ ନେଇ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନିକଟରୁ ଚାଷ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ସହ ଏକ ଟାଙ୍ଗିଆ ଜବତ କରାଯାଇଛି।

ସମ୍ବନ୍ଧିତ ଖବର