ଜଙ୍ଗଲରେ ନିଆଁ ଲଗାଇ ଜଣେ ଗିରଫ

ହରିଚନ୍ଦନପୁର: ଅସହ୍ୟ ଗରମ ଯୋଗୁଁ ଲୋକେ ଘରୁ ବାହାରି ପାରୁ ନଥିବା ବେଳେ କିଛି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ବହୁ ମୂଲ୍ୟବାନ ଗଛଲତା ପୋଡ଼ିଯିବା ସହ ବନ୍ୟପ୍ରାଣୀ ମୃତାହତ ହେଉଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ନୋଲ ଗ୍ରାମର ହରି ଜୁଆଙ୍ଗ। ହରି ଗାଁକ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ବନ ବଭିଗା କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ସହ ତାକୁ ଗିରଫ କରିଛନ୍ତି। କେସ୍‌ ନମ୍ବର ୧୦/୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ବନପାଳ ଡମ୍ବରୁଧର ମହାନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର