ଗନ୍ଦିଆ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଦେଓଗାଁ ଛକ ଠାରୁ ଟାଙ୍ଗୀକୁ ସଂଯୋଗ କରୁଥିବା ଫରେଷ୍ଟ ରୋଡ଼ରେ ଆଜି ରାସ୍ତା ଉପରେ ଗୋଟିଏ ଡକାୟତି ଘଟଣା ଘଟିଛି। ରାହାଜାନିର ଶିକାର ହୋଇଛନ୍ତି ୪ ଜଣ ଲୋକ । ଘଟଣାରୁ ଜଣାଯାଇଛି ଆଜି ସକାଳ ସମୟରେ ଶଙ୍କରପୁର ଗ୍ରାମରୁ ଏକ ଅଟୋ ଗାଡ଼ିରେ ୪ ଜଣ କାଜୁ ଗଛ କାଟି ତାହାକୁ କଲିମି କରିବା ନିମନ୍ତେ ଶଙ୍କରପୁରୁରୁ ବୁଡ଼ାକେନ୍ଦୁଆକୁ ଯାଉଥିଲେ।
ଦେଓଗାଁ ଛକଠାରୁ ଯାଇଥିବା ଫରେଷ୍ଟ ରୋଡ଼ରେ କିଛି ବାଟ ଗଲାପରେ ହଟାତ ଏକ କାଳରଙ୍ଗର ବାଇକରେ ତିନି ଜନ ଆସି ଉକ୍ତ ଅଟୋକୁ ଅଟକାଇ ଥିଲେ। ଏଥିରେ ଥିବା ୪ଜଣକ ଠାରୁ ନଗଦ ୩ ହଜାର ଟଙ୍କା ଓ ୩ଟି ମୋବାଇଲ ଶହ ସାଥିରେ ଆଣିଥବା ୩୫ଟି ଗଛ କଟା କଇଁଚିକୁ ଦୁର୍ବୁତ୍ତ ମାନେ ଛଡାଇ ନେଇ ପଳାଇଥିଲେ। ଏହାପରେ ସେଥିରେ ଥିବା ଶଙ୍କରପୁର ଗ୍ରାମର ପ୍ରକାଶ ଚନ୍ଦ୍ର ନାୟକ ଗନ୍ଦିଆ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ଗନ୍ଦିଆ ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦେଓଗାଁ ଗ୍ରାମର ସନ୍ତୋଷ ମହାପାତ୍ରକୁ (୩୬)କୁ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/arrest.jpeg)