କଣ୍ଟାମାଳ: ଷ୍ଟେଟ୍ ଟାସ୍କ୍ ଫୋର୍ସ ଟିମ ବୁଧବାର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଗାଁ ମୁଣ୍ଡରୁ ଜଣେ ଶିକାରୀକୁ ଗିରଫ କରିବା ସହ ତା’ ନିକଟରୁ ଏକ ବାଘ ଛାଲ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି। ଗିରଫ ଶିକାରୀ ଲମ୍ବସରୀ ଅଂଚଳର ହର ରଣା ବୋଲି ଜଣାପଡ଼ିଛି। ଗିରଫ ପରେ ହରିକୁ ଏସଟିଏଫ ଟିମ ବୌଦ୍ଧ ନେଇ ଅଧିକ ପଚରା ଉଚୁରା କରୁଛି। ଏଥି ସହ ପରୀକ୍ଷଣ ପାଇଁ ଜବତ ବାଘ ଛାଲକୁ ଡେରାଡୁନକୁ ପଠାଯିବ ବୋଲି ଟିମ କର୍ତ୍ତୃପକ୍ଷ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଏକ ମାସ ପୂର୍ବରୁ ମନମୁଣ୍ଡା ଥାନା ବାନ୍ଦନଝୁଲି ଗାଁ’ ମୁଣ୍ଡରୁ ମଧ୍ୟ ଏକ ବାଘ ଛାଲ ଜନୈକ ଶିକାରୀ ପରିବା ବ୍ୟାଗରେ ଭର୍ତ୍ତି କରି ଚାଲାଣ କରୁଥିବା ବେଳେ ଏସ୍ଟିଏଫ ଟିମ ଦ୍ବାରା ଜବତ ହୋଇଥିଲା। ଚାଲାଣକାରୀକୁ ଗିରଫ ମଧ୍ୟ କରାଯାଇତିଲା। ବନ ବିଭାଗର ଅବହେଳା ଯୋଗୁଁ ଜନ୍ତୁ ଶିକାର ବୃଦ୍ଧି ପାଉଥିବା ବେଳେ ଏସ୍ଟିଏଫର ଲଗାତାର ଚଢ଼ଉ ଯୋଗୁଁ ଶିକାରୀ ଗିରଫ ହେଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ବାଘ ଛାଲ ସହ ବନ୍ଧୁକ ଓ ଗୁଳି ଜବତ, ଶିକାରୀ ଗିରଫ
/sambad/media/post_attachments/wp-content/uploads/2021/07/264c7e26-83a3-4d32-8052-5a79f4351e5e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)