୮୦ ଲିଟର ଆସ୍କା-୪୦ ଜବତ, ୧ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ପୁଲିସ ଦ୍ୱାରା ଆଜି ରାତିରେ ୮୦ ଲିଟର ଦେଶୀ ମଦ ଆସ୍କା-୪୦ ଜବତ କରାଯିବା ସହ ଏହା ବେଆଇନ ଭାବେ ଚାଲାଣ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି । ସଦର ଥାନା ଅଧିକାରୀ ଅନୀତା ସାହୁଙ୍କ ସୂଚନାନୁସାରେ, ଆଜି ସଂଧ୍ୟାରେ ଜଣେ ବ୍ୟକ୍ତି ବେଆଇନ ମଦ ବ୍ୟବସାୟ କରୁଥିବା ସୂଚନା ପାଇଁ ଥାନାର ଏକ ଟିମ୍ ଚଢ଼ଉ କରିଥିଲା । ଚଢ଼ଉରେ ସଢ଼େଇଗଡ଼ର ଚିନ୍ତାମଣି ବଳିଆରସିଂହଙ୍କ ଘରୁ ୪୦ଟି ପେଟି ଆସ୍କା-୪୦ ଜବତ କରାଯାଇଥିଲା । ଏନେଇ ୧୦୩/୨୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର