ରାଉରକେଲା: ଅବକାରୀ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଦେଶୀ ମଦ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ନିକଟରୁ ମୋଟରବାଇକ୍ ସହ ୧୫୮ଲିଟରୁ ଅଧିକ ଦେଶୀ ମଦ ଜବତ ହୋଇଛି। ଗିରଫ ବେପାରୀମାନେ ହେଲେ ସେକ୍ଟର-୧୫ ମଲ୍ଲିକ ବସ୍ତିର ସଞ୍ଜିତ ଏକ୍କା, ଏତୁଆ କୁମ୍ଭାର, ସେକ୍ଟର-୧୮ ଗୋଲ୍ ଫିଲ୍ଡ ବସ୍ତିର ଅଜୟ କିସାନ, ଝାଡ଼ଖଣ୍ଡ ଠେଠେଇଟାଙ୍ଗର କୋମେଶ ସାହୁ, ରୁପୁଟୋଲା ବସ୍ତିରେ ପିଟୁ ସମାସି, ବାଲୁଘାଟର ଗୋବିନ୍ଦ ମୁଣ୍ଡା। ଗିରଫ ବେପାରୀମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁ ଓ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ଦେଶୀ ମଦ ଆଣି ରାଉରକେଲାର ବିଭିନ୍ନ ବସ୍ତିରେ ବିକୁଥିଲେ।
ମଦ ଜବତ, ୬ ଗିରଫ
/sambad/media/post_attachments/wp-content/uploads/2021/08/arrest-new-indian-express.jpg)