୨୮ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଟାଉନ୍ ଥାନା ପୁଲିସ୍ ଆଜି ସହରର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟ ଏକ ପାନ ଦୋକାନରେ ଚଢ଼ଉ କରି ୨୮ ଲିଟର ବିଦେଶୀ ମଦ ଜବତ କରିବା ସହ ଏହି ଘଟଣାରେ ପାନଦୋକାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖୋର୍ଦ୍ଧା ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ସୂଚନାନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୭ଟାରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଏସ୍‌ଆଇ ପଦ୍ମଲୋଚନ ବେହେରା, ଏସ୍‌ଆଇ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ୍ ଏଲ୍‌ଆଇସି କାର୍ଯ୍ୟାଳୟ ନିକଟ ପାନ ଦୋକାନରେ ଚଢ଼ଉ କରିଥିଲେ । ଚଢ଼ଉରେ ଦୋକାନ ମଧ୍ୟରୁ ୪୦ଟି କିଙ୍ଗଫିସର ବିୟର, ୩ଟି ରମ୍ ବୋତଲ, ୩ଟି ହ୍ୱିସ୍କି ବୋତଲ ଜବତ କରିଥିଲେ । ମୋଟ ଜବତ ବିଦେଶୀ ମଦର ପରିମାଣ ୨୭.୮ ଲିଟର । ଏହି ଘଟଣାରେ ବେଆଇନ ମଦ ବିକ୍ରି ଦଫାରେ ୨୪୭/୨୦୨୧ରେ ଏକ ମାମଲା ରୁଜୁ କରାଯାଇଛି । ଗଣେଶ ସାହୁଙ୍କୁ ଗିରଫ କରି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ସକାଳେ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର