କପିଳାସ ଅଭୟାରଣ୍ୟରୁ ବନ୍ଧୁକ ସହ ଯୁବକ ଗିରଫ

ଢେଙ୍କାନାଳ : କପିଳାସ ଅଭୟାରଣ୍ୟରେ ଶିକାର ଉଦ୍ଦେଶ୍ୟରେ ପଶିଥିବା ଜଣେ ଯୁବକକୁ ବନ୍ଧୁକ ସହ ବନ କର୍ମଚାରୀମାନେ ଗିରଫ କରିଛନ୍ତି ।

ସୂଚନା ଅନୁଯାୟୀ, ଗଁଦିଆ ଥାନା ତଳଖୋଳି ଗ୍ରାମର ଶଙ୍କର ପୁର୍ତି(୨୯) ଗତକାଲି କପିଳାସ ଅଭୟାରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ । ତେବେ ବନକର୍ମଚାରୀମାନେ ତାଙ୍କୁ କାବୁ କରିନେବା ସହ ତାଙ୍କ ବନ୍ଧକୁ ଜବତ କରିଥିଲେ । ବନ୍ୟପ୍ରାଣୀ ସୁଚରକ୍ଷା ଆଇନ୍ ୧୯୭୨ ଅନୁଯାୟୀ ଦଫା ୯,୨୭,୨୯ ଓ ୩୧ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ଗିରାଫ କରାଯାଇଛି । ଗତ ୧ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର