ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଖୋର୍ଦ୍ଧା ଥାନା ଅନ୍ତର୍ଗତ ବେରୁଅଁ ଛକ ଠାରେ ଚଢ଼ଉ କରାଯାଇ ଦେଢ଼ଲକ୍ଷଟଙ୍କା ମୂଲ୍ୟର ଦେଶୀ ମଦ (ଆସ୍କା ଫର୍ଟି) ଜବତ କରାଯାଇଛି। ଏହି ମାମଲାରେ ଜଣେ ଗିରଫ ହୋଇଛନ୍ତି। ଗୁରୁବାର ଏକ ଅଟୋରେ ବେଆଇନ ଭାବେ ଆସ୍କା ଫର୍ଟି ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଖୋର୍ଦ୍ଧା ଅବକାରୀ ଥାନାର ଏକ ଟିମ୍ ପିଛା କରି ବେରୁଅଁ ଛକରେ ଅଟୋ ଟିକୁ ଧରିଥିଲେ।
ଅଟୋରୁ ୯୦ ପେଢ଼ି ଆସ୍କା ଫର୍ଟି ମିଳିଥିଲା। ଏହି ଘଟଣାରେ ପୁଲିସ ଅଟୋ (ଓଡି୦୨ଏଫ୍୬୮୪) ସହ ବେରୁଅଁ ଗାଁର ସତ୍ୟାନନ୍ଦ ସେଠୀ (୪୫)ଙ୍କୁ ଗିରଫ କରିଛି। ଏନେଇ ୧୧୩/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ଲକ୍ଷ୫୦ହଜାର ଟଙ୍କା ହେବ ବୋଲି ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଆଲୋକ କୁମାର ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Aska-Forty-jabat-Khordha-Excise-case.jpeg)