ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଖୋର୍ଦ୍ଧା ସହରର ଭାଲିଆବାଡ଼ି ହାତିଆଶୁଣି ସାହିରେ ଜଣଙ୍କ ଘରେ ଚଢ଼ଉ କରି ସେଠାରୁ ୨୦ ଗ୍ରାମ ବ୍ରାଉନସୁଗାର ଓ ୩ଲକ୍ଷ ୫୦ ହଜାର ଟଙ୍କା ଜବତ କରିବା ସହ ଜଣେ ୨୧ବର୍ଷୀୟ ଯୁବକକୁ ଗିରଫ କରିଛନ୍ତି। ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍ପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ସୂଚନାନୁସାରେ, ନିର୍ଦ୍ଧାରିତ ସ୍ଥାନରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ସୂଚନା ମିଳିଥିଲା। ଏନେଇ ଏସ୍ପି ସିଦ୍ଧାର୍ଥ କାଟାରିଆଙ୍କ ଅବଗତ କରାଇବା ବରେ ଏସ୍ଡ଼ିପିଓ ସୁଶୀଲ ମିଶ୍ର ଓ ତାଙ୍କର ତତ୍ୱାବଧାନରେ ଏସ୍ଆଇ ସମୀର ଦଳାଇ, ଏସ୍ଆଇ ପିଏଲ୍ ବେହେରା, ଏସ୍ଆଇ ସସ୍ମିତା ବେହେରା, ହାବିଲଦାର ଅଭିରାମ ସାମନ୍ତରାୟ, କନଷ୍ଟେବଳ ସସ୍ମିତା ବରାଳ, ପିକେ ହରିଚନ୍ଦନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା।
ଟିମ୍ ଆଜି ସକାଳ ସାଢ଼େ ୮ଟାରେ ଦିବଂଗତ ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉରେ ରାଜେଶ ପଟ୍ଟନାୟକ ଓରଫ ରାଜା (୨୧) ନିକଟରୁ ୨୦.୧୫ ଗ୍ରାମ ବ୍ରାଉନସୁଗାର ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବା ଜବତ କରାଯିବା ସହ ବିକ୍ରିଲବ୍ଧ ୩ଲକ୍ଷ ୫୧ହଜାର ଟଙ୍କା ଓ ଆର୍-୧୫ ମୋଟରସାଇକଲ (ଓଡି ୦୨ ବିଭି ୫୯୯୪) ଜବତ କରାଯାଇଛି। ଏନେଇ ୨୨୦/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ରାଜାକୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Brown-sugar-case-Khordha-Town-PS-1.jpeg)