୧୫୦ ଲିଟର ମଦ ସହ ଅଟୋ ଜବତ, ୧ ଗିରଫ  

ଖୋର୍ଦ୍ଧା: ଲକ୍‌ଡାଉନ୍‌ର ସୁଯୋଗରେ ଖୋର୍ଦ୍ଧା ଓ ଖୋର୍ଦ୍ଧା ଉପକଣ୍ଠରେ ବେଆଇନ ମଦ କାରବାର ବୃଦ୍ଧି ପାଇଛି । ଗତ ୧ ସପ୍ତାହ ମଧ୍ୟରେ ଅବକାରୀ ବିଭାଗର ଚଢ଼ଉରେ ୬ଟିରୁ ଉର୍ଦ୍ଧ୍ୱ ମାମଲାରେ ୭ଜଣ ଗିରଫ ହୋଇଛନ୍ତି । ଘଟଣାକ୍ରମେ ଆଜି ଭୋରରେ ଖୋର୍ଦ୍ଧା ଉପକଣ୍ଠରୁ ୧୫୦ଲିଟର ପୋଚ ମଦ ସହ ଜଣେ ଗିରଫ ହୋଇଛି ।

କୌଣସି ସୂତ୍ରରୁ ଖବର ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ଖୋର୍ଦ୍ଧା ଉପକଣ୍ଠ ଗଡ଼ଖୋର୍ଦ୍ଧା ନିକଟରେ ଛପି ରହିଥିଲେ । ଭୋର ସାଢ଼େ ୬ଟା ବେଳେ ଏକ ଅଟୋରେ ବେରୁଁଅର ସତ୍ୟନାରାୟଣ ସେଠୀ (୪୨) ଏକ ଡାଲା ଅଟୋରେ ୧୫୦ଲିଟର ପୋଚ ମଦ ନେଇ ଯାଉଥିବା ବେଳେ ହଠାତ୍ ଚଢ଼ଉ କରି ଧରିଥିଲେ । ଅବକାରୀ ଇନ୍‌ସପେକ୍ଟର ରଂଜନ ନାୟକଙ୍କ ସୂଚନାନୁସାରେ ଓଆର୍ ୦୨ଏକେ ୩୮୬୦ ନମ୍ବର ଅଟୋକୁ ଜବତ କରାଯାଇଛି ଓ ସେଥିରୁ ଚାଲାଣ ହେଉଥିବା ମଦ ଜବତ କରାଯାଇଛି । ଅବକାରୀ ଆଇନରେ ଅଭିଯୁକ୍ତକୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ତେବେ ସତ୍ୟନାରାୟଣ ଏହି ମଦ ଚାଲାଣ କରୁଥିବା ଏହାର ମାଲିକ ଅନ୍ୟଜଣେ ଥିବା ନିଜ ବୟାନରେ କହିଥିବା ବେଳେ ଚୋରା ଦେଶୀ ମଦ ଚାଲାଣର କିଙ୍ଗ୍ ପିନ୍‌କୁ ଧରିବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର