ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇ ଖୋର୍ଦ୍ଧ ସଦର ଥାନା ଅଞ୍ଚଳରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଆଜି ବୁଧବାର ସକାଳ ୯ଟାରେ ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ ଢିହପୁର ଠାରେ ଚଢ଼ଉ କରିଥିଲେ। ଗାଁକୁ ସଂଯୋଗ କରୁଥିବା ସଡ଼କ ପାଶ୍ୱର୍ ଏକ ପଡ଼ିଆ ନିକଟରେ ବ୍ରାଉନସୁଗାର ସହ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ସେହି ଗାଁର ନରୋତ୍ତମ ରଣସିଂହ (୪୨)କୁ ଧରିଥିଲେ।
ନରୋତ୍ତମ ବିରୋଧରେ ୮୭/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ୧୦ହଜାର ଟଙ୍କା ହେବ ବୋଲି ଇନ୍ସପେକ୍ଟର ଭୈରବ ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Khordha-Brown-sugar-Case-Excise-Deptt.jpeg)
