ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଏଚ୍ପି ଗ୍ୟାସ ଗୋଦାମରୁ ଲୁଟ୍ ହୋଇଛି। ଗ୍ୟାସ୍ ଗୋଦାମର ଜଣେ କର୍ମଚାରୀ ହରେକୃଷ୍ଣ ଚନ୍ଦନ ସୋମବାର ରାତି ପ୍ରାୟ ୧୦ଟା ସମୟର ଦିନ ତମାମ ଗ୍ୟାସ ବିକ୍ରିର ହିସାବ ସାରି ଗୋଦାମରୁ ବାହାରିଥିଲେ। ସେହି ସମୟରେ ଗୋଦାମ ସମ୍ମୁଖକୁ ଦୁଇଟି ବାଇକ୍ରେ ୩ ଜଣ ଯୁବକ ଆସିଥିଲେ। ହଠାତ ଜଣେ ଯୁବକ ଗୋଦାମ କର୍ମଚାରୀ ହରେକୃଷ୍ଣଙ୍କ ହାତରୁ ବ୍ୟାଗ ଲୁଟି ନେଇ ଅନ୍ୟ ବାଇକରେ ଥିବା ଦୁଇଜଣ ଯୁବକଙ୍କ ପାଖକୁ ଫିଙ୍ଗି ଦେଇଥିଲା। ହରେକୃଷ୍ଣ ବ୍ୟାଗ ଝିଙ୍କିଥିବା ଯୁବକକୁ ଧରି ଚିତ୍କାର କରିଥିଲେ। ଆଖପାଖରେ ଥିବା ଲୋକେ ଆସି ଯୁବକଙ୍କୁ ମାଡ଼ ମାରିବା ସହ ଟିଟିଲାଗଡ଼ ଥାନାରେ ଜିମା ଦେଇଥିଲେ। ଅନ୍ୟ ଦୁଇ ଯୁବକ ଟଙ୍କା ବ୍ୟାଗ୍ ନେଇ ଫେରାର ମାରିଥିଲେ। ଉକ୍ତ ବ୍ୟାଗ୍ରେ ୧ ଲକ୍ଷ ୬୯ ହଜାର ଟଙ୍କା ଥିଲା ବୋଲି ହରେକୃଷ୍ଣ କହିଛନ୍ତି। ଧରା ପଡ଼ିଥିବା ଯୁବକ ଜଣକ ବଲାଂଗୀର ସଦର ଥାନା ଅନ୍ତର୍ଗତ ବୁଚୁପାଲି ଗାଁର ପ୍ରଶାନ୍ତ ନନ୍ଦ ବୋଲି ଜଣାପଡ଼ିଛି।
ଗ୍ୟାସ ଗୋଦାମରୁ ଲୁଟ୍, ଜଣେ ଗିରଫ
/sambad/media/post_attachments/wp-content/uploads/2020/12/bgr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)