ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଅର୍କେଲ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ୪୮୧କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୁଲିସ। ଅର୍କେଲ ଥାନାର ଏସଆଇ ରାଜେଶ ସେଠୀଙ୍କ ନେତୃତ୍ୱରେ ଏକ ଟିମ ବାନୁର ଏବଂ ଏମଭି-୧୦୩ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲ ନିକଟରେ ଦୁଇଜଣ ବ୍ୟକ୍ତି ଅନ୍ଧାରରେ ଛିଡା ହୋଇଥିବା ପୁଲିସ ଦେଖିବାକୁ ପାଇଥିଲା। ତୁରନ୍ତ ସେହି ଅଞ୍ଚଳକୁ ଯାଇ ତଦନ୍ତ କରିବା ବେଳେ ଜଣେ ବ୍ୟକ୍ତି ଦୌଡି ପଳାଇଥିଲା। ଆଉ ଜଣକୁ ପୁଲିସ ଧରି ପଚରାଉଚରା କରିବାବେଳେ ସେ ପାଖରେ ରଖିଥିବା ୧୬ ଟି ଜରି ବ୍ୟାଗକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ରହିଥିବା ଜଣାପଡିଥିଲା। ପରେ ପୁଲିସ ଜବତ ଗଞ୍ଜେଇକୁ ଓଜନ କରିବା ପରେ ସେଥିରେ ୪୮୧ କିଲୋ ୬୦୦ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡିଥିଲା।
ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସାହେବଗୁଡା ଗ୍ରାମର କିଶୋର ଗୋଲୋରୀ। ଏଥିସହ ଏକ ମଟର ସାଇକେଲକୁ ମଧ୍ୟ ଜବତ କରିଥିବା ଏସ୍ଡ଼ିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଥିଲେ। ଏହି ଗଞ୍ଜେଇ ଛତିଶଗଡ଼କୁ ଚାଲାଣ କରାଯାଉଥିବା ପୁଲିସ କହିଛି। ଏସ୍ଡ଼ିପିଓ ଅଂଶୁମାନ ଦ୍ବିବେଦୀ ଚିତ୍ରକୋଣ୍ଡା ଦାୟିତ୍ୱ ନେବାପରେ ଗଞ୍ଜେଇ ଚାଲାଣକାରୀଙ୍କ ନିଦ ହଜାଇ ଦେଇଛନ୍ତି। ଲଗାତାର ପ୍ରତିଦିନ ଚଢ଼ଉକାରୀ ଗଞ୍ଜେଇ ଜବତ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/IMG-20220523-WA0028.jpg)