ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ବୌଦ୍ଧ/ଖୁଣ୍ଟିଗୋରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଫାଣ୍ତି ଅଧିନରେ ଜଣେ ୧୩ ବର୍ଷିଆ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ପୁଲିସର ସୂଚନା ଅନୁସାରେ କଣ୍ଟାମାଲ ଥାନା ଅଂଚଳ ଜୈନିକ ପରିବାର ନିଜର ଘର ନିର୍ମାଣ ପାଇଁ ଇଟା ଗଢୁଛନ୍ତି । ତାଙ୍କର ୧୩ବର୍ଷ ବୟସର ନାବାଳିକା ଝିଅ (ଛଦ୍ମ ନାମ) ପ୍ରତିଦିନ ସେମାନଙ୍କୁ ଭାତ ନେଇ ଦିଅନ୍ତି ଓ ଘରକୁ ଫେରନ୍ତି । ଆମ୍ବଗାଁ ଗ୍ରାମର ରିଙ୍କୁ ରଣା(୨୪) ଏସବୁ ନିରିକ୍ଷଣ କରୁଥିଲା । ନାବାଳିକା ନିରୋଳାରେ ଯାଆସ କରୁଥିବାରୁ ପୂର୍ବରୁ ନଜର ରଖିଥିଲା।

ଗତ ମଙ୍ଗଳବାର ଝିଅଟି ଭାତଦେଇ ଏକୁଟିଆ ଫେରୁଥିବା ସମୟରେ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରି ଯୁବକ ସେଠାରୁ ଚମ୍ପଟ ମାରିଥିଲା । ଘରକୁ ବାପା, ମାଆ ଫେରିବା ପରେ ପୀଡିତ ଝିଅଟି ଘଟଣା ବିଷୟରେ ସବୁକଥା ଖୋଲି କହିଥିଲା। ଝିଅଟି ବାପା ସାଥିରେ ଘଣ୍ଟାପଡା ଫାଣ୍ତିକୁ ଆସି ଦୁଷ୍କର୍ମକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ କଣ୍ଟାମାଳ ଥାନାରେ କେସ ନଂ.୪୬/୨୦ ରୁଜୁ ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ପୁଲିସ ଅଧିକ ତଦନ୍ତ ଚଲାଇଛି । ଗୁରୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଏସ ଆଇ ଲିସାରାଣୀ ସେଠୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର