ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଜିଆଇ ତାର ବିଛାଉଥିବା ବେଳେ ବନ କର୍ମଚାରୀଙ୍କ ପାଖରେ ଧରାପଡି ଜଣେ ଯୁବକ ଗିରଫ ହୋଇଛି। ସମ୍ପୃକ୍ତ ଶିକାରୀକୁ ବନବିଭାଗ ଆଜି କୋର୍ଟ ଚାଲାଣ କରିଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ଗତକାଲି ସକାଳ ସାଢେ ୫ଟା ବେଳେ ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଅଞ୍ଚଳରେ ଥିବା କୁରୁ ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଣ୍ଟ ୬ରେ ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ଶିକାରୀମାନେ ଜିଆଇ ତାର ବିଛାଯାଇଥିବା ବନ ବିଭାଗ ଖବର ପାଇଥିଲା।
ପୁରୁଣାକୋଟ ଫରେଷ୍ଟଗାର୍ଡ ଜିତେନ୍ଦ୍ର କୁମାର ନାୟକଙ୍କ ସହିତ ଅନ୍ୟ ବନ କର୍ମଚାରୀମାନେ ସେହି ସ୍ଥାନରେ ପହଞ୍ଚି ଜିଆଇ ତାର ବିଛାଉଥିବା ପୁରୁଣାକୋଟ ଗ୍ରାମର ବିକ୍ରମ ଦେହୁରୀ(୨୮)କୁ ଗିରଫ କରିଥିଲେ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ସାତକୋଶିଆ ଡିଏଫଓ ପି.ରାମାସ୍ୱମୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/83d660d2-e925-45ca-9ee9-99b5d3380de9.jpg)