ସୋର/ବାହାନଗା: ଅବକାରୀ ବିଭାଗ ପକ୍ଷରୁ ଆଜି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ଚଢ଼ଉ କରାଯାଇଥିଲା। ବାଲେଶ୍ୱର ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦେଶ କ୍ରମେ ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷକ ଗାଲୁରାମ ସୋରେନ ଏବଂ ସୋର ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଓଆଇସି ଭକ୍ତଚରଣ ସ୍ୱାଇଁ, ଏଏସ୍‌ଆଇ ଉର୍ମିଳା ବେହେରା, ବିଦ୍ୟାଧର ବିନ୍ଧାଣୀ, ରଶ୍ମିରେଖା ପାତ୍ର, ଶଶୀକାନ୍ତ ସାହୁ, ପଙ୍କଜ ମହାନ୍ତି, ସୁନାରାମ ସୋରେନ, ରଜନୀକାନ୍ତ ସାହୁ ଓ ଗଣେଶ ସିଂହ ଚଢ଼ଉ କରିଥିଲେ।

Advertisment

ଏହି ସମୟରେ ଅନୁଗୁଳରୁ କଲିକତା ଅଭିମୁଖେ ଯାଉଥିବା ଓଡି-୦୨-ଏଆର୍‌-୨୩୪୭ ନମ୍ବରର ଏକ କାର୍‌ରୁ ୩୪ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଏହା ସହିତ କାର୍‌ ଚାଳକ ଅନୁଗୁଳ ଜିଲ୍ଲା ଅଧୀନ କିଶୋର ନଗର ଥାନା ଦଳପକା ଗ୍ରାମର ମହେନ୍ଦ୍ର ରଣା (୪୮)ଙ୍କୁ ଗିରଫ କରାଯାଇଥିଲା। କାର ସହ ଗଞ୍ଜେଇ ଜବତ ହୋଇଥିବା ବେଳେ ମହେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।