ସୋର: ବାଲ୍ବେଶ୍ବର ଜିଲ୍ଲା ସୋର ମାନ୍ୟବର ଜେଏମ୍ଏଫ୍ସି ଶ୍ରୁତି ପଟ୍ଟନାୟକ ପୌରପାଳିକା ଅଧୀନ କୋର୍ଟ ଛକ ନିକଟସ୍ଥ ସରକାରୀ ବାସଗୃହରେ ରହନ୍ତି। ଗତକାଲି ବିଳମ୍ବିତ ରାତିରେ ସୋର ପୌରପାଳିକା ରାଇପୁର ଗ୍ରାମର ଲକ୍ଷ୍ମୀକାନ୍ତ ଦାସ ତାଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରିଥିଲେ। ସେ ଘରର ଚାବି ଭାଙ୍ଗୁଥିବା ବେଳେ ବିଚାରପତିଙ୍କ ଜଗୁଆଳି ଜାଣିପାରିଥିଲେ। ଜଗୁଆଳି ଜଣକ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ସୋର ଥାନାକୁ ଖବର ଦେଇଥିଲେ।
ଫଳରେ ସଂଗେ ସଂଗେ ପୁଲିସ ପହଞ୍ଚିଥିଲା ଏବଂ ଲକ୍ଷ୍ମୀକାନ୍ତଙ୍କୁ କାବୁ କରିଥିଲା। ତାଙ୍କୁ ଥାନା ଆଣି ପଚରାଉଚରା କରାଯାଇଥିଲା। ଏନେଇ ୨୮/୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ସେ କୋର୍ଟ ଚାଲାଣ ହୋଇଛନ୍ତି।