କୁଆରମୁଣ୍ଡା: ସୁନ୍ଦରଗଡ଼ ଜିଲ୍ଲାର ଜମୁ ନାନାକି ନିକଟରୁ ଏକ ସ୍କ୍ରାପ୍ ଲୁହା ବୋଝେଇ ଓଆର୍ ୧୪ଏଚ୍ ୨୨୫୫ ଟ୍ରକ୍କୁ କୁଆରମୁଣ୍ଡା ପୁଲିସ ଜବତ କରିବା ସହ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି। ସୂଚନାରୁ ପ୍ରକାଶ ଯେ ଗତକାଲି ରାତି ୮ଟା ସମୟରେ ରାଉରକେଲା ହକି ଛକ ନିକଟରୁ ଏକ ସ୍କ୍ରାପ୍ ଗାଡ଼ି କୁଆରମୁଣ୍ଡା ଆସୁଥିବା ସୂଚନା ପାଇ ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ସଦଳବଳ ଯମୁନାନାକି ଠାରେ ଛକି ରହିଥିଲେ। ପୁଲିସକୁ ଦେଖି ଗାଡ଼ି ଚାଳକ ଦ୍ରୁତଗତିରେ ଗାଡ଼ି ନେଇ ପଳାଇଯାଉଥିଲାବେଳେ ପୁଲିସ ଗୋଡ଼ାଇ ଗୋଡ଼ାଇ ଗାଡ଼ିଟିକୁ କାବୁ କରି ଫାଣ୍ଡିକୁ ନେଇଥିଲେ। ଜବତ ସ୍କ୍ରାପ୍ର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି। ରାଉରକେଲା ଶୀତଳପଡ଼ା, ସାରନଗରୀ, ଉଦିତନଗର, ପାନପୋଷ, ବେଦବ୍ୟାସ ଓ ଯମୁନାନାକି ଅଞ୍ଚଳରୁ ଦୈନିକ ଚୋରା ସ୍କ୍ରାପ୍ ଗାଡ଼ି ବିଳମ୍ବିତ ରାତିରେ କୁଆମୁଣ୍ଡା ଆସୁଥିବା ସୂଚନା ମିଳିଛି। ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି ହେଲେ ଚୋରା ସ୍କ୍ରାପ୍ କାରବାରରେ ଅଙ୍କୁଶ ଲାଗିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସ୍କ୍ରାପ୍ ଲୁହା ବୋଝେଇ ଗାଡ଼ି ଜବତ, ୧ ଗିରଫ
/sambad/media/post_attachments/wp-content/uploads/2020/12/arrest-1567542217.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)