ପୁଷ୍ପା ଷ୍ଟାଇଲରେ କଇଁଛ ଚାଲାଣ, ଜଣେ ଗିରଫ

ମୋଟୁ : ପୁଷ୍ପା ଷ୍ଟାଇଲରେ  କଇଁଛ ଚାଲାଣ ! ଉପରେ ଅଣ୍ଡା, ଭିତରେ ୧୦ ବସ୍ତା କଇଁଛ । ଏସବୁ କଇଁଛ ନେଇ ଯାଉଥିବା ଟାଟା ମାଜିକ ଗାଡି ସହ ଜଣକୁ ଗିରଫ କରିଛି ମୋଟୁ ବନ ବିଭାଗ । ସୂଚନା ମୁତାବକ, ଆନ୍ଧ୍ରରୁ ଏମଭି ୭୯ ଅଂଚଳକୁ ଚୋରାରେ କଇଁଛ ଚାଲାଣ ହେଉଥିବାର ଖବର ପାଇଥିଲା ମୋଟୁ ବନ ବିଭାଗ । ଫରେଷ୍ଟର ବଳରାମ ପାଣିଗ୍ରାହୀ ଓ ଟୁକୁନା ବରାଡ଼ ଏମପି ଭି -୭୩ ଗ୍ରାମ ନିକଟରେ ଚୋରା ଚାଲାଣ କରୁଥିବା ଟାଟା ମାଜିକ ଗାଡିକୁ ଧରିବାରେ ସଫଳ ହୋଇଥିଲେ । ଏହି ୧୦ ବସ୍ତା ଭିତରେ ୧୪୫ କଇଁଛ ଥିବାବେଳେ ଗାଡି ଚାଳକ ଏମଭି-୭୨ ଗ୍ରାମର ଉଦୟ ଗୁହାକୁ ଗିରଫ କରିବାରେ ସଫଳ ହୋଇଛି ମୋଟୁ ବନ ବିଭାଗ ।

ସୂଚନାଯୋଗ୍ୟ ଯେ, ଆନ୍ଧ୍ରର କାକିନାଡ଼ା ଅଂଚଳରୁ କାଲିମେଳା ଅଞ୍ଚଳକୁ ଚୋରାରେ କଇଁଛ ଚାଲାଣ ରୀତିମତ ହେଉଛି, କାଲିମେଳା ଅଞ୍ଚଳରେ କଇଁଛ ମାଂସ ର ଚାହିଦା ବେଶି ରହିଥିବାରୁ ଦିନକୁ ଦିନ କଇଁଛ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି ।

ସମ୍ବନ୍ଧିତ ଖବର