ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଗିରଫ

ଟିକାବାଲି: ଆଜି କନ୍ଧମାଳ ଜିଳ୍ଲା ଟିକାବାଲି ବନାଞ୍ଚଳ ଅଧୀନ ଲାଇନ୍‌ପଡ଼ା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଜଣେ ଦୁର୍ବୃତ୍ତକୁ ପୁଲିସ କାବୁ କରିଛି। ଗିରଫ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଈଶ୍ବର କହଁର(୫୩) ବୋଲି ଜଣାପଡ଼ିଛି। ବନରକ୍ଷୀ ପଇଁତରା ଦେଉଥିବା ବେଳେ ଈଶ୍ବର ନିଆଁ ଲଗାଉଥିବା ଦେଖି ସେ ତାକୁ ମାଡ଼ି ବସିଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ଓଡ଼ିଶା ଜଙ୍ଗଲ ଆଇନ ୧୯୭୨ ପ୍ରକାରେ ଧାରା ୨୭(୩)(କ) ଅନୁସାରେ ଅଭିଯୁକ୍ତକୁ କେସ୍ ନମ୍ବର ୨୦୧ରେ କୋର୍ଟ ଚାଲାଣ କରା ଯାଇଥିବା ବନାଞ୍ଚଳ ଅଧିକାରୀ ବୈରାଗୀ ଚରଣ ବେହେରା ସୂଚନା ଦେଇଛନ୍ତି। ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଓ ଖଣ୍ଡୀୟ ବନାଧିକାରୀ ଲକ୍ଷ୍ମୀନାରାୟଣ ବେହେରା ଏବେ ସ୍ଥିତି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର