ଧଉଳିରେ ପ୍ରେମିକାକୁ ଛାଡ଼ି ପ୍ରେମିକ ଛୁ

ଧଉଳି: ଧଉଳି ବୁଲିବାକୁ ଆସିଥିଲେ ପ୍ରେମୀଯୁଗଳ । ସବୁଆଡ଼େ ବୁଲାବୁଲି କରି ହସଖୁସି ହେଲେ । ଶାନ୍ତିସ୍ତୂପ  ବୁଲାବୁଲି ବେଳେ ପ୍ରେମିକାର ମୋବାଇଲ ଫୋନକୁ ଏକ କଲ ଆସିଲା । ପ୍ରେମିକା କିଛି ଦୂରକୁ ପଳାଇ ଯାଇ କଥା ହେଲା । ପ୍ରେମିକା ଫେରିବାରେ ଡେରି ହେବାରୁ ପ୍ରେମିକର ସନ୍ଦେହ ବଢ଼ିଲା । ପ୍ରେମିକା କାହା ସହ କ’ଣ କଥା ହେଉଛି ଭାବି କାନେଇଲା ପ୍ରେମିକ । ପ୍ରେମିକା ଫୋନରେ ଆଇଲଭୟୁ କହିବା କଥା  ଯେମିତି ପ୍ରେମିକ କାନରେ ପଡ଼ିଲା ତାର ମୁଣ୍ଡକୁ ପିତ୍ତ ଉଠିଗଲା ।

ଆଉ ପ୍ରେମିକା ଗାଲକୁ ଶକ୍ତ ଥାପଡ଼ ମାରି ଘଟଣା‌ସ୍ଥଳରୁ ଚାଲି ଯାଇଥିଲା । ଟୁରିଷ୍ଟ ସେଲ ପୁଲିସ ହସ୍ତକ୍ଷେପ କରିବା ପରେ ପ୍ରେମିକ ଲେଉଟି ପ୍ରେମିକାକୁ ସାଙ୍ଗରେ ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ଥିଲା ଏମିତି। ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳର ଏକ ପ୍ରେମୀଯୁଗଳ ଅପରାହ୍ନ ଦି’ଟା ସମୟରେ ଅଟୋ ଯୋଗେ ଧଉଳି ବୁଲିବାକୁ ଆସିଥିଲେ । ଶାନ୍ତିପାର୍କ ଏବଂ ହାତୀଗୁମ୍ଫା ବୁଲାବୁଲି କଲେ । ସେଲଫି ଫୋଟୋ ଉଠାଇଲେ। ତା’ ପରେ ଶାନ୍ତିସ୍ତୂପ ଉପରେ ପଡ଼ିଥିବା ବ୍ୟାଞ୍ଚରେ ବସି କଥା ହେଲେ । ସେତିକିବେଳେ ପ୍ରେମିକା ମୋବାଇଲ ଫୋନକୁ ଏକ କଲ ଆସିବାରୁ କିଛି ଦୂରକୁ ସେ ପଳାଇଥିଲା । ଆଉ ଚିମିରି ଗୁମ୍ଫା ପାର୍ଶ୍ବରେ କଥାହେଲା । ଫୋନରେ  ଆଉ କାହାକୁ ଆଇଲଭୟୁ କହିବା କଥା ପ୍ରେମିକ କାନରେ ପଡ଼ିଲା ।

ଏଥିରେ ଉତ୍ତକ୍ଷିପ୍ତ ହୋଇ ପ୍ରେମିକ ପ୍ରେମିକା ଗାଲକୁ ଶକ୍ତ ଚଟକଣିଟିଏ ବସାଇଦେଲା । ଏହାପରେ ପ୍ରେମିକାକୁ ଏକୁଟିଆ ଛାଡ଼ି ଫେରାର ହୋଇଗଲା । ପ୍ରେମିକ ପଳାଇଯିବା ଦେଖି ପ୍ରେମିକା ଜୋରରେ ଚିତ୍କାର କରିଥିଲା । ପାଟିଶୁଣି ସ୍ଥାନୀୟ ବ୍ୟବସାୟୀମାନେ ରୁଣ୍ଡ ହୋଇଯାଇଥିଲେ । ଆଉ ଯୁବତୀଙ୍କୁ ଟୁରିଷ୍ଟ ପୁଲିସ ଜିମା ଦେଇଥିଲେ । ଟୁରିଷ୍ଟ ପୁଲିସ ଯୁବକକଙ୍କ  ମୋବାଇଲ ଫୋନକୁ ଯୋଗାଯୋଗ କରିଥିଲେ ଯୁବତୀଙ୍କୁ ସାଥୀରେ ନନେଲେ ଘର ଲୋକଙ୍କୁ  ଡକାଇବେ ବୋଲି କହି ଧମକାଇଥିଲେ। ଧରାପଡ଼ିଯିବା ଭୟରେ ଯୁବକ ପୁଣି ସେଠାରେ ପହଞ୍ଚିବା ପରେ ଯୁବତୀଙ୍କୁ ହସ୍ତାନ୍ତର କରିଥିଲେ ।

ସମ୍ବନ୍ଧିତ ଖବର