ଶିଶୁକୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଛୁ ମାରିଲେ ଦିଦି, କାନ୍ଦି କାନ୍ଦି ଶିଶୁ ଅସୁସ୍ଥ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଦିଦି ଶିଶୁକୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଘରକୁ ପଳାଇ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶିଶୁ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାରଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାରି ଭିତରେ ଅଙ୍ଗନବାଡି କେନ୍ଦ୍ର ଭିତରୁ ଶିଶୁର କାନ୍ଦିବା ସ୍ୱର ଶୁଣିବାକୁ ମିଳିଥିଲା । ଶିଶୁର କାନ୍ଦ ସ୍ୱର ଶୁଣି ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ର ଖୋଲିଲା ବେଳକୁ ତା’ଭିତରେ ଶିଶୁଟି କାନ୍ଦିକାନ୍ଦି ନୟାନ୍ତ ହୋଇପଡ଼ିଥିଲା। ବନ୍ଦ କୋଠରୀ ଭିତରେ ଏକାକି ଏତେ ସମୟ ରହିଥିବା ପରେ ଭୟରେ ଶିଶୁର ଶରୀର ଅସୁସ୍ଥ ହୋଇପଡ଼ିଥିଲା। ତୁରନ୍ତ ସେଠାରୁ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସ୍‌ପିଟାଲ୍‌ରେ ତାକୁ ଭର୍ତ୍ତି କରାଯାଇଛି। ତେବେ ଦିଦି ଏପରି ଶିଶୁକୁ ଅଙ୍ଗନବାଡି କେନ୍ଦ୍ର ଭିତରେ ତାଲା ପକାଇ କାହିଁକି ପଳାଇ ଥିଲେ ତାହାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର