ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୈଳାଶଚନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ବ୍ୟକ୍ତି ଏକ ନାଗ ସାପକୁ ତୀରରେ ମାରି ହତ୍ୟା କରିଛନ୍ତି।
ସୂଚନାଯୋଗ୍ୟ, କଳାଶଚନ୍ଦ୍ରପୁର ଗ୍ରାମର ଦୁର୍ଗା ଚରଣ ମହନ୍ତଙ୍କ ଘରେ ତାଙ୍କର ୧୨ବର୍ଷର ଝିଅ ଶୋଇଥିବା ସମୟରେ ଫ୍ୟାନରେ ଏକ ନାଗ ସାପ ଝୁଲି ରହିଥିବା ଦେଖିଥିଲେ। ଭୟରେ ସେ ଘର ବାହାରକୁ ଆସି ଡାକ ପକାଇଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ସାପକୁ ତୀର ମାଡ କରିଥିଲେ । ତୀରଟି ସାପର ପେଟ ନିକଟରେ ଗଳି ଯାଇଥିଲା ଓ ସାପ ତଳେ ପଡିଯାଇଥିଲା । ଦୁର୍ଗା ଘରକୁ ଫେରି ଏମିତି ଦୃଶ୍ୟ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ସାପକୁ ଉଦ୍ଧାର କରି ତୀରକୁ କାଢିବାକୁ ଚେଷ୍ଟା କଲା ବେଳେ ସାପଟିର ମୃତ୍ୟୁ ହୋଇଥିଲା।