ଆସିକା: ଗଂଜାମ ଜିଲ୍ଲାର ଆସିକା ଅଂଚଳର ମାଗୁରା ଗାଁରେ ସ୍କୁଲରେ ବିସ୍ଫୋରଣ ଘଟଣାରେ ଶନିବାର ପୁଲିସ ଜଣକୁ ଅଟକ ରଖିଛି। ଆସିକା ପୁଲିସ ପଥର ମାଫିଆ ଟୁଟୁ ପଣ୍ଡାକୁ ଗିରଫ କରିଥିବା ଜଣାପଡ଼ିଛି। ସ୍କୁଲ ନିକଟ ପାହାଡରୁ ବେଆଇନ ଭାବେ ପଥର ଫଟା ଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ବେଆଇନ ପଥର କାରବାରରେ ଟୁଟୁ ପଣ୍ଡା ମାଷ୍ଟରମାଇଣ୍ଡ ଥିଲା ବୋଲି କୁହାଯାଉଛି।

Advertisment

ସରକାରୀ ବିଦ୍ୟାଳୟରେ ବିସ୍ଫୋରଣ ଘଟିବା ଯୋଗୁଁ ଆଜି ସକାଳୁ ମଧ୍ୟାହ୍ନ ଭୋଜନ ସମୟରେ ୨ ଜଣ ଛାତ୍ର ଗୁରୁତର ହୋଇଥିଲେ। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଶନିବାର ଥିବାରୁ ସକାଳୁ ମଧ୍ୟାହ୍ନ ଭୋଜନ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଅଚାନକ ବିସ୍ଫୋରାଣ ଘଟିଥିଲା। ଫଳରେ ସପ୍ତମ ଶ୍ରେଣୀର ଛାତ୍ର ରାଜା ନାୟକ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଉଭୟ ଛାତ୍ରଙ୍କ ଅବସ୍ଥା ସ୍ଥିର ରହିଛି।