ଜୟପୁର: ସଂପ୍ରତି ଭାରତର ୬ଟି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଦେଖା ଦେଇଛି। ଓଡିଶାରେ ବି ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି। ଏଣୁ ସଂପ୍ରତି କୋଭିଡ୍ ଟିକାଦାନା କାର୍ଯ୍ୟକ୍ରମକୁ ରାଜ୍ୟସରକାର ଜୋର କରିଥିବା ବେଳେ କୋରାପୁଟ ଜିଲ୍ଲାରେ ବି ଜୋର ଧରିଛି। ଜିଲ୍ଲାର ପ୍ରମୁଖ ସହର ଜୟପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋଭିଡ୍ ହସ୍ପିଟାଲ ପରିସ୍ଥିତି ପିପିସି ଓ ଲାଲଗୁଡା ସହରାଞ୍ଚଳ  ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଟିକାଦାନ ହୋଇଥିଲା।

Advertisment

ଆଜି ଠାରୁ ଆରମ୍ଭ ହୋଇଥିବା ୪୫ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସବର୍ଗ ଓ ୬୦ବର୍ଷରୁ ଉର୍ଦ୍ଧ୍ବ ବୟସବର୍ଗଙ୍କ ୨ୟ ଡୋଜ ଏଭଳି ୭୯୦ଜଣଙ୍କୁ ଏହି ଟିକା ଦିଆଯାଇଥିଲା। ସକାଳ ଠାରୁ ଭିଡ଼କୁ ଲକ୍ଷ୍ୟରେ ରଖି ଶାନ୍ତିଶୃଙ୍ଖଳାରେ ଟିକାଦାନ ପାଇଁ ପୁଲିସ ବି ମୁତୟନ କରାଯାଇଥିଲା। ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୨୬୫ ଓ ପିପିସିରେ ୨୬୫ଲେଖାଏଁ ଟିକା ଦିଆଯାଇଛି ବୋଲି କହିଛନ୍ତି ଡିଏମଓ ଡ.ଆରଏନ୍ ମିଶ୍ର, ହସ୍ପିଟାଲ ମ୍ୟାନଜର ବିଭାବସୁ ରାଉତ।